ବରଗଡ଼ - ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପାଇଥିବା ରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ପଦ୍ମପୁର ଠାରେ ନାଗରିକ ସମ୍ବର୍ଦ୍ଧନା...

ବରଗଡ଼ - ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପାଇଥିବା ରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ପଦ୍ମପୁର ଠାରେ ନାଗରିକ ସମ୍ବର୍ଦ୍ଧନା...


ବରଗଡ଼,୦୫/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ବରଗଡ଼ - ନୂଆପଡ଼ା ଭାୟା ପଦ୍ମପୁର ରେଲପଥ କୁ କେନ୍ଦ୍ର କ୍ୟାବିନେଟ୍ ରେ ମଞ୍ଜୁରୀ ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଅବଦାନ ଯଥେଷ୍ଟ ରହିଥିବା ରୁ ଆଜି ପଦ୍ମପୁର ଟାଉନ୍ ହଲ୍ ଠାରେ ପଦ୍ମପୁର ବିଜେପି ତରଫରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। 

              Ad..


ପଦ୍ମପୁର ଭେଉରିଆଛକ ଠାରୁ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇ ରାଜାଜୀ ଟାଉନ୍ ହଲ୍ ଠାରେ ପଦ୍ମପୁର ସହରର ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ବିଭିନ୍ନ କ୍ଲବ, ବିଭିନ୍ନ ପୂଜା କମିଟି ଓ ଅନୁଷ୍ଠାନ ବିଭିନ୍ନ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଓ ସ୍ବାଗତ ଶୁଭେଚ୍ଛା ଜଣାଇଛନ୍ତି। 

          Ad..


ପଦ୍ମପୁର ନଗର ବିଜେପି ତରଫରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ କାଉନସିଲର କୁନାଲ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ନୂଆପଡ଼ା ରେଲଲାଇନ ର କ୍ୟାବିନେଟ୍ ମଞ୍ଜୁରୀ ପାଇଁ ସାଂସଦ ପ୍ରଦୀପ ପୁରୋହିତ କେତେ ତତ୍ପର ସହ କାମ କରିଛନ୍ତି ଓ ଅଂଚଳ ର ଜନସାଧାରଣ ଙ୍କ ଦିର୍ଘଦିନର ଦାବି ପୁରଣ କରିଥିବା ରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post