ଜାମସେଠ ପଞ୍ଚାୟତ ହାଇସ୍କୁଲରେ ବ୍ଳକ ସ୍ତରୀୟ କବାଡି ଚୟନ...

ଜାମସେଠ ପଞ୍ଚାୟତ ହାଇସ୍କୁଲରେ ବ୍ଳକ ସ୍ତରୀୟ କବାଡି ଚୟନ...


ପାଇକମାଳ,୦୫/୦୯ : ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ବ୍ଳକ ସ୍ତରୀୟ କବାଡି ଚୟନ ପ୍ରକିୟା ହୋଇଯାଇଛି। ଏଥିରେ ପାଇକମାଳ ବ୍ଳକର ୪ଟି ସବଜୋନରୁ ୧୪ ବର୍ଷ ଓ ୧୭ ବର୍ଷ କମ୍ ବୟସର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମନୋନୀତ ପ୍ରତୀଯୋଗୀମାନେ ଜିଲ୍ଲା ସ୍ତରୀୟ କବାଡି ଚୟନରେ ଅଂଶଗ୍ରହଣ କରିବେ। 

       Ad..


ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜାମସେଠ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମ୍ୟାନେଜର ବିଭୁପଦ ସାହୁ,ସ୍ବତନ୍ତ୍ର ଅତିଥି ଭାବରେ ପାଇକମାଳ ଏବିଇଓ ଧଲେନ୍ଦ୍ର ବାରିକ ଓ ସମ୍ମାନୀତ ଅତିଥି ସରପଞ୍ଚ ଆର୍ତ୍ତତ୍ରାଣ ସାହୁ,କ୍ଳବ ସଭାପତି ହେମନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରମୋଦ ରାଏ... 

          Ad..


ସ୍କୁଲ ପରିଚାଳନା କମିଟି ଚେୟାରମେନ ବିପିନ ବିହାରୀ ସାହୁ,ପଙ୍କଜ କୁମାର ଭୋଇ, ସିଆରସିସି ବ୍ରଜକିଶୋର ଜେନା, ଉଗ୍ରସେନ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ଶିକ୍ଷକ ସୁଦର୍ଶନ ମହାକୁଡ଼,ହେମସାଗର ସାହୁ, ଅଜିତ ପ୍ରଧାନ, ବୈବସୁତ ପ୍ରଧାନ,ଅମିତ ସାହୁ, ପ୍ରଫୁଲ୍ଲ ମେହେର,ରଜତ ମିଶ୍ର, ସ୍ବତନ୍ତ୍ର ସାହୁ,ପ୍ରିତମ ପଣ୍ଡା, ନମିତା ସାହୁ, ଶିବାନୀ କଣ୍ଣେଲ,ରଶ୍ମୀତା ଡନସନା ଖେଳ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post