ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ " ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା " ଅନୁଷ୍ଠିତ...

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ " ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା " ଅନୁଷ୍ଠିତ...


ଦୀପ୍ତିପୁର,୦୪/୦୯ :  ଆଜି ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ " ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା " ଅନୁଷ୍ଠିତ ହୋଇଥିଲା। ଏଥିରେ ନବମ ଓ ଦଶମ ଶ୍ରେଣୀର ସର୍ବମୋଟ ୫୦ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ କରା ଯାଇଥିଲା। 
        Ad..


ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଗୋପ ସାହୁ ଉକ୍ତ କାର୍ଯ୍ୟକ୍ରମ କୁ ଉତ୍ଘାଟନ କରି ଥିବା ବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ମାନସ କୁମାର ଶତପଥି (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପଦ୍ମପୁର) ଏବଂ ଲକ୍ଷ୍ମୀକାନ୍ତ ସାହା (ଘେଁସ୍ ଉଚ୍ଚ ବିଦ୍ୟାଳୟ) ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ର ମୂଲ୍ୟାଙ୍କନ କରିଥିଲେ। 

           Ad..


ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନ ଏବଂ ଆଧୁନିକତା ଶୀର୍ଷକ ଆଲୋଚନା ଚକ୍ର ରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସେଫାଳି ପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହିପାଳ ସ୍ୱାଇଁ , ନିମନ୍ତ୍ରିତ ଅତିଥି ଦ୍ବୟ ଉକ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପ୍ରେମୀ ହେବାପାଇଁ ଉପଦେଶ ବାର୍ତ୍ତା ଦେଇ ଥିଲେ। 

ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତରଣୀସେନ ଭୋଇ ଉକ୍ତ ସଭା କାର୍ଯ୍ୟ କୁ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ମୋନାଲିସା ମେହେର,ରାମପ୍ରସାଦ ସାବତ, ସୁଶାନ୍ତ ଗଡ଼ତିୟା,ପବିତ୍ର କଲେତ ପ୍ରଭୂତି ସାହାଯ୍ୟ କରିଥିଲେ। 

ନିକଟସ୍ଥ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉକ୍ତ ବିଜ୍ଞାନମେଳା ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ। ଶେଷରେ ଶ୍ରେଷ୍ଠ ପ୍ରଦର୍ଶିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।





Report : Bijay ku sahu

Edited by k.s thakur...





Post a Comment

Previous Post Next Post