"ତସ୍ମେଇ ଶ୍ରୀ ଗୁରବେ ନମଃ' ଆଲୋଚନା ଚକ୍ର ଅନୁଷ୍ଠିତ...
("ଗୁରୁ ଅଗ୍ର ପୂଜ୍ୟ ଓ ଚିର ନମସ୍ୟ" ଶିଶୁ ସାହିତ୍ୟ ସଂସଦ ଆଲୋଚନା ଚକ୍ର ରେ ମତ ପ୍ରକାଶ)
ବରଗଡ଼,୦୪/୦୯ : ଗୁରୁ ପିତା ଗୁରୁ ମାତା ଗୁରୁ ହିଁ ସକଳ ଦେବତା । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର । ଗୁରୁ ଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ରାଣା ପ୍ରତାପ ସ୍କୁଲ ଠାରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗୁରୁ ଦିବସ ଉପଲକ୍ଷେ ଅନୁଷ୍ଟିତ "ତସ୍ମେଇ ଶ୍ରୀ ଗୁରବେ ନମଃ"ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ରେ ମତ ପ୍ରକାଶ ପାଇଛି ।
Ad..
ଶିଶୁ ସାହିତ୍ୟ ସଂସଦ ର ସଭା ନେତ୍ରୀ ଛାତ୍ରୀ ରେଣୁକା ଭୋଇ ଙ୍କ ଅଧ୍ୟକ୍ଷତା ରେ ଗୁରୁ ଦିବସ ପାଳନ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ଏହି ଆଲୋଚନା ଚକ୍ର ରେ ବିଶିଷ୍ଟ ସଙ୍କୀର୍ତ୍ତନ ଗୁରୁ ପ୍ରମୋଦ ଦାଶ, ଗୁରୁ ମନୋରଞ୍ଜନ ବେହେରା , ପ୍ରଧାନ ଶିକ୍ଷକ ସୂ ଦୀପ କୁମାର ରଥ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟ କାନ୍ତି ଭୋଇ,ମୀନା ପଣ୍ଡା ଶିକ୍ଷୟିତ୍ରୀ ସୁନୀତା ମିଶ୍ର ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଜୀବନ କୁ ଆଲୋକିତ କରିବା ପାଇଁ ଗୁରୁ ହିଁ ଆଲୋକ ବର୍ତ୍ତିକା ବୋଲି ଉଲ୍ଲେଖ କରି ସାହିତ୍ୟ ସଂସଦ ର ଏହି ଉଦ୍ୟମ କୁ ଭୂୟସୀ ରେ କରିଥିଲେ ।
Ad..
ଏହି ଅବସରରେ ଗୁରୁ ପ୍ରମୋଦ ଦାଶ ଙ୍କ ଗୁରୁ ବନ୍ଦନା ଗାନ ରେ ଛାତ୍ର ଛାତ୍ରୀ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ ।ଆଲୋଚନା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଗୁରୁ କିପରି ଜୀବନ ର ପଥ ପ୍ରଦର୍ଶକ ସେ ବିଷୟ ରେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ପରିଶେଶ ରେ ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...



