ଜାଲ୍ ନୋଟ୍ କାରବାରରେ ଓଡିଶା ଲିଙ୍କ୍, ବାସୁଦେବପୁରରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ...
ଭଦ୍ରକ,୦୪/୦୯ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି , ଯାହା ସମସ୍ତଙ୍କୁ ଚକିତ କରିଛି।
Ad..
ସେଠାରେ ପାଠପଢା ଯିବା ବଦଳରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ ନୋଟ୍। ଏପରିକି ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି।
Ad..
ଏଥିରୁ ଜଣେ ଓଡିଶାର ଥିବା ଜଣାପଡିଛି। ସମ୍ପୃକ୍ତ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୧୪ନଂ ୱାର୍ଡ ଶୁକଦେବପୁର ଗାଁରେ । ଯୁବକ ଜଣକ ସାଜିଦ ଖାନ ଙ୍କ ପୁଅ ଜାହିର ଖାନ୍ ।
ଜାହିର ଆଜକୁ ୭ ବର୍ଷ ହେବ ପ୍ରୟାଗରାଜ ମାଦ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଜାଲ ନୋଟ କାରବାରରେ ପୁଲିସ୍ ଗିରଫ କରିଥିବା କହିଛନ୍ତି ବାପା ସାଜିଦ। ଘଟଣାକୁ ନେଇ ବାସୁଦେବପୁର ପୁଲିସ୍ ସାଜିଦକୁ ପଚରାଉଚରା ଜାରି ରଖିଛି।
Edited by k.s thakur...



