ନୂଆଁଖାଇ ପାଳନ ପାଇଁ ନୃସିଂହନାଥ ପୀଠ ରେ ପହଞ୍ଚିଲା ଝିଟିକି ଗାଁ ର ସାଲିଆନା ଭୋଗ...
ବରଗଡ଼,୦୪/୦୯ : ବିଧି ପରମ୍ପରା ଓ ସଂସ୍କୃତି ଅନୁସାରେ ସ୍ବତନ୍ତ୍ରତା ମଧ୍ୟ ରେ ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶା ର ଦେବାଦେବୀ ପୀଠ ଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପରମ୍ପରା ଅନୁସାରେ ନୂଆଁଖାଇ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ହେଉଛି।
Ad..
ବରଗଡ଼ ଜିଲ୍ଲା ର ନୃସିଂହନାଥ ପୀଠ ରେ ପ୍ରଭୁ ମାର୍ଜାରକେଶରୀ ଙ୍କ ନୃସିଂହନାଥ ପୀଠ ରେ କେଉଁ ଆବାହମାନ କାଳରୁ ଚଳି ଆସୁଥିବା ସାଲିଆନା ଭୋଗ ଅର୍ପଣ ବିଧି ପରମ୍ପରା ଅନୁସାରେ ଆଜି ଅନୁଷ୍ଠିତ ହୋଇଯାଇଛି। ନୃସିଂହନାଥ ପୀଠ ରେ ରାଜାରାଜୁଡ଼ା ଅମଳରୁ ଚାଲିଆସୁଥିବା ପରମ୍ପରା ଅନୁସାରେ ୧୦ ଖଣ୍ଡ ମୈଜାର ଗ୍ରାମବାସୀ ନୂଆଁଖାଇ ପାଳନ ପାଇଁ ସାଲିଆନା ଭୋଗ ନାମରେ ଠାକୁର ଙ୍କୁ ସୁଖିଲା ଭୋଗ ଭାର ପ୍ରଦାନ କରନ୍ତି ଯାହା ନୂଆଁଖାଇ ଦିନ ନୃସିଂହନାଥ ମହାପ୍ରଭୁ ଙ୍କ ଠାରେ ଭୋଗ ଲଗାଯାଇଥାଏ।
Ad..
ଯାହା ଆଜି ବି ପାଇକମାଳ ଅଂଚଳ ର ଝିଟିକି ଗ୍ରାମବାସୀ ଉକ୍ତ ପରମ୍ପରା କୁ ପାଳନ କରି ନୂଆଁଖାଇ ଭୋଗ ସାଲିଆନା ଭୋଗ ଅର୍ପଣ କରି ଆସୁଛନ୍ତି। ଆଜି ଝିଟିକି ଗ୍ରାମବାସୀ ଙ୍କ ତରଫରୁ ସାମୁହିକ ଭାବରେ ଗ୍ରାମବାସୀ ନୃସିଂହନାଥ ପୀଠ ର ମହାପ୍ରଭୁ ମାର୍ଯାରକେଶରୀ ଙ୍କୁ ତାଙ୍କ ନୂଆଁଖାଇ ପର୍ବ ର ସାଲିଆନା ଭୋଗ ଭାର ଅର୍ପଣ କରିବା ପାଇଁ ନୃସିଂହନାଥ ରେ ପହଞ୍ଚିଛନ୍ତି।
ବିଧି ପରମ୍ପରା ଅନୁସାରେ ନୃସିଂହନାଥ ପୀଠ ରେ ସାଲିଆନା ଭାର ନେଇ ପହଞ୍ଚିବା ପରେ ମନ୍ଦିର ରେ ପୂଜାର୍ଚ୍ଚନା କରି ଠାକୁର ଙ୍କୁ ଭୋଗ ଭାର ଅର୍ପଣ କରିଥିଲେ। ମନ୍ଦିର ତରଫରୁ ପୂଜକ ଙ୍କ ଉପସ୍ଥିତି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଝିଟିକି ଗ୍ରାମବାସୀ ଙ୍କ ସାଲିଆନା ଭୋଗ ଭାର ସମେତ ଗାଁ ରୁ ଆସିଥିବା ସମସ୍ତ ଗାଁ ସଦସ୍ୟ ଙ୍କୁ ସ୍ବାଗତ କରିଥିଲେ ।
ବିଧି ପରମ୍ପରା ଅନୁସାରେ ନୂଆଁଖାଇ ଭୋଗ ସାଲିଆନା ଭାର ନେଇ ଆସିଥିବା ଝିଟିକି ଗ୍ରାମବାସୀ ମାନେ ଠାକୁର ଙ୍କୁ ଭୋଗ ଅର୍ପଣ କରି ଭଲ ବର୍ଷା ସହ ଚାଷ ଠିକ୍ ଭାବରେ ହେବାପାଇଁ ଗୁହାରି କରି ପୂଜାର୍ଚ୍ଚନା କରିଥିଲେ ମନ୍ଦିର ତରଫରୁ ସେମାନଙ୍କୁ ହରିହର ପଙ୍କଦ ଦେବାପରେ ବିଦାୟ ଦେଇଥିଲେ।
ଉକ୍ତ ସାଲିଆନା ଭୋଗ ଭାର ର ସମସ୍ତ ସାମଗ୍ରୀକୁ ନୂଆଁଖାଇ ଦିନ ଭୋଗ ଲଗାଯାଇ ଉପସ୍ଥିତ ଭକ୍ତ ଙ୍କୁ ପ୍ରଦାନ କରାଯାଏ ।ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ପାଳନ କରିବା ପାଇଁ ସବୁଠି ପ୍ରସ୍ତୁତି ଚାଲିଥିଲାବେଳେ ନୃସିଂହନାଥ ପୀଠ ରେ ମଧ୍ୟ ବିଧି, ପରମ୍ପରା ଓ ଲୋକ ସଂସ୍କୃତିର ଅନୁସାରେ ନୂଆଁଖାଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Report : Bijay ku sahu
Edited by k.s thakur...



