ଅବକାରୀ ଓ ପୋଲିସର ମିଲିତ ଚଢାଉ:୨୦୦ଲିଟର ରନ୍ଧାମଦ ଜବତ...
ଅମ୍ବାଭୋନା,୦୫/୦୯ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ନିଶା ବ୍ୟବସାୟୀ ସକ୍ରିୟ ଥିବା ବେଳେ ଅବକାରୀ ତଥା ପୋଲିସ ଚଢାଉ ଧର୍ମକୁ ଆଖି ଠାର ସଦୃଶ। ଅମ୍ବାଭୋନା ବ୍ଳକଟି ପଶ୍ଚିମ ଓଡ଼ିଶାର ଶେଷ ସୀମାନ୍ତ ହୋଇଥିବାରୁ ଗଞେଇ, ରନ୍ଧା ମଦ ତଥା କଫଶିରଫ କାରବାର ଦିନକୁ ଦିନ ବଢି ବଢ଼ି ଚାଲିଛି।
Ad..
ବିଶେଷ କରି ଯାନି ଯାତରା,ପର୍ବ ପର୍ବାଣୀ ସମୟରେ ସୀମାନ୍ତ ଅଞ୍ଚଳରେ ଅନେକ ମୁକୁଳା ବାଟ ରହିଥିବାରୁ ନିଶା ବ୍ୟବସାୟୀ ଙ୍କୁ ବେଶ ସୁହାଇଛି। ପୋଲିସ ଓ ଅବକାରୀ ବିଭାଗ ଅପେକ୍ଷା ନିଶା ବ୍ୟବସାୟୀ ଙ୍କ ନେଟୱର୍କ ବେଶ ସକ୍ରିୟ ରହିଛି।
Ad..
ଗୁରୁବାର ସକାଳେ କୋୖଣସି ସୁତ୍ରରୁ ଖବର ପାଇ ଅବକାରୀ ଓ ଅମ୍ବାଭୋନା ପୋଲିସ ତରଫରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଉପାନ୍ତ ଖୋଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପରୁଆଭାଡି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମିଲିତ ଚଢାଉ କରି ୨୦୦ ଲିଟର ରନ୍ଧା ମଦ ଜବତ କରିବା ସହ ପାଖାପାଖି ୨୦୦୦ଲିଟର ମହୁଲ ପୋଚ ନଷ୍ଟ କରିଥିଲେ।
ମାତ୍ର ରନ୍ଧା ମଦ ପ୍ରସ୍ତୁତିରେ ଜଡ଼ିତ ଲୋକ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଏହି ଚଢାଉ ରେ ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ଓ ପୋଲିସ କର୍ମଚାରୀଙ୍କ ସମେତ ଭଟଲି ଅବକାରୀ ବିଭାଗ ର ଅଧିକାରୀ ଉଷାବତୀ ଗୋୖଡ ଓ ଷ୍ଟାଫ୍ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...
Tags:
200 leter deshi wine seized
ambhabona
Bargarh
bargarh news
excise raid
latest news
latest update



