ମହାନଦୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ...

ମହାନଦୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ...


ଅମ୍ବାଭୋନା,୧୨/୦୯ :- ବରଗଡ ଜିଲ୍ଲା ଅମ୍ବାଭୋନା  ବ୍ଳକ ଅନ୍ତର୍ଗତ ମହାନଦୀ ଉଚ୍ଚ ବିଦ୍ୟାଳୟ, ବାଂଜିପାଲିଠାରେ  ପ୍ରଧାନ ଶିକ୍ଷକ ପ୍ରେମସାଗର ଚୌଧୁରୀଙ୍କ ଅଧ୍ଯକ୍ଷତାରେ ସଂସ୍କୃତ ଦିବସ ପାଳିତ ହୋଇଛି। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଏକ ସଂସ୍କୃତ ଭାଷାରେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। 

          Ad..


ଛାତ୍ର ଛାତ୍ରୀମାନେ ସଂସ୍କୃତ ଶ୍ଳୋକ ଆବୃତ୍ତି, ଭଗବତ ଗୀତା ଆବୃତ୍ତି, ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟି  ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରେମରାଜ ପ୍ରଧାନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେବା ସହ ସଂସ୍କୃତ ଭାଷାର ମହତ୍ତ୍ବ ତଥା ସଂସ୍କୃତ ଦିବସ ଉପରେ ନିଜେ ଆଲୋକପାତ କରିଥିଲେ । 

          Ad..


ସଭା କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷକ କ୍ଷିତେଶ୍ବର ମିଶ୍ର ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ତସିଲ ବଘାର ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସାଫଲ୍ଯ ମଣ୍ଡିତ କରିବାରେ  ବିଦ୍ୟାଳୟର ଶିକ୍ଷକ କର୍ମଚାରୀ  ନାରାୟଣ ସାହୁ, ସମୀର କୁମାର ବିଶ୍ବାଳ, ପ୍ରେମରାଜ ଭୋଇ, ସୌଦାଗର ଦୁଆନ, ସୁଦୀପ ପଧାନ ତଥା ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post