ନାରୀ ପାଇଁ ଉପଯୁକ୍ତ ସମାଜ ଟିଏ ଲୋଡା...

ନାରୀ ପାଇଁ ଉପଯୁକ୍ତ ସମାଜ ଟିଏ ଲୋଡା...


ବରଗଡ଼,୧୩/୦୯ : ନାରୀ ପାଇଁ ଉପଯୁକ୍ତ ସମାଜ ଟିଏ ଆମେ ଏ ଯାବତ୍ ଗଢ଼ିପାରି ନାହୁଁ । ନିର୍ଭୟା ଆଜି ଏକ ପ୍ରତୀକ ହୋଇ ଯାଇଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ନିର୍ଭୟା ମାନେ ଦୁଷ୍କର୍ମ ର ଶୀକାର ହେଉଛନ୍ତି ବୋଲି ଜନସାଥୀ ଲେଙ୍ଗୁ ମିଶ୍ର ଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବକ୍ତାଗଣ ପ୍ରକାଶ କରିଛନ୍ତି। 

         Ad..


ବରଗଡ଼ ମହିଳା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର, ସମ୍ମାନୀତ ଅତିଥି ଭାବରେ ଡ଼ା. ସୁବଳ କର ଏବଂ ମୁଖ୍ୟ ଆଲୋଚକ ଭାବରେ ଗଣ ଇସ୍ତାହାର ର ସମ୍ପାଦକ ଡ଼. ପ୍ରଦୀପ କୁମାର ହୋତା ଯୋଗ ଦେଇଥିଲେ । 

           Ad..


ମହିଳା ସମିତି ର ଉପ ସଭାପତି ମନ୍ଦାକିନୀ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର ପ୍ରଥମେ ଜନସାଥି ଲେଙ୍ଗୁ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ସଦସ୍ୟା ମମତା ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗଣ ଇସ୍ତାହାର ର ମୁଖ୍ୟ ସମ୍ପାଦକ ତଥା ମହିଳା ସମିତି ର ଉପଦେଷ୍ଟା  ପ୍ରସନ୍ନ କୁମାର ମିଶ୍ର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। 

ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ଅତିଥି ପରିଚୟ ଓ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ମହିଳା ସମିତିର ସମସ୍ତ ସଦସ୍ୟା ଗଣ ଅଂଶଗ୍ରହଣ କରି ଜନସାଥି ଲେଙ୍ଗୁ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବାହ୍ନ କାର୍ଯ୍ୟକ୍ରମରେ ଲେଙ୍ଗୁ ମିଶ୍ର ଛକ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ମହିଳା ମାନେ ସାମିଲ ହୋଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ଲେଙ୍ଗୁ ମିଶ୍ର ଷ୍ଟାଡିୟମ ଠାରେ କ୍ରୀଡା ସଂଗଠକ ସୁରେଶ ଦାସ ( ନାଟୁ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଖେଳାଳି ଗଣ ସାମିଲ ହୋଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଜନସାଥି ଲେଙ୍ଗୁ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post