ଫୁଲୁଛି ମହାନଦୀ : ବନ୍ୟା ଆଶଙ୍କ, ବନ୍ୟା ପାଣି ଘେରରେ ଚାଷ ଜମି...

ଫୁଲୁଛି ମହାନଦୀ : ବନ୍ୟା ଆଶଙ୍କ, ବନ୍ୟା ପାଣି ଘେରରେ ଚାଷ ଜମି...


ଅମ୍ବାଭୋନା,୧୩/୦୯ : ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି।ଦୁଇ କୂଳ ଲଙ୍ଘି ଉଜାଣି ବହୁଛି ମହାନଦୀ। 

         Ad..


ଗୋଟିଏ ପଟେ ଅଧିକ ବର୍ଷାଜଳ ମହାନଦୀ ଗର୍ଭକୁ ପ୍ରବେଶ ଓ ଅନ୍ୟପଟେ ହିରାକୁଦ ନଦୀବନ୍ଧରେ କମ୍ ବନ୍ୟାଜଳ ନିଷ୍କାସନ ଯୋଗୁଁ ନଦୀକୁଲିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

           Ad..


ଗୁରୁବାର ସଂନ୍ଧ୍ୟାସୁଦ୍ଧା ମହାନଦୀ ର ପଛୁଆ ପାଣି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଚିଖିଲି,ଅନ୍ତରାଡୀ,ଗଣ୍ଠିଆପାଲି,ଘୁଘୁରାପାଲି ବେନିଆଁପାଲି,ବଡମାଲ ଆଦି ଗ୍ରାମର ଚାଷଜମି ଜଳମଗ୍ନ ହୋଇପଡିଛି।

ଧାନବିଳରେ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ବାଇଗଣ , ପୋଟଳ,ଅଦା, ଧନିଆପତ୍ର, ଲଙ୍କା, ଭେଣ୍ଡି,କଲରା, ଆଦି ପନିପରିବା ବନ୍ୟାଜଳରେ ଉବୁଟୁବୁ। ମତ୍ସ୍ୟଜୀବୀମାନଙ୍କ ମାଛଧରା ଜାଲ ଓ ଡଙ୍ଗା ଭାସିଯାଇଛି।

ଚିଖିଲି ବନ୍ଧ ଓ ପୋଖରୀ, ଗାଡିଆରେ ବନ୍ୟାଜଳ ପଶିଯିବାରୁ ମାଛଚାଷ କରିଥିବା ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି।ଖବର ଲେଖା ଯିବା ପର୍ଯ୍ୟନ୍ତ ବନ୍ୟା ଜଳ ଗାଁ ସୀମାକୁ ଛୁଇଁଛି। ଗାଁ ଭିତରକୁ ପଶି ନାହିଁ। ତଥାପି ଗ୍ରାମବାସୀ ବନ୍ଯା ଆଶଙ୍କାରେ ଭୟଭୀତ ରହିଛନ୍ତି।




Report : Bijay ku sahu

Edited by k.s thakur...


Post a Comment

Previous Post Next Post