ବରଗଡ଼ ବେଦ ପ୍ରଚାର ସମିତି ଆନୁକୁଲ୍ୟରେ ବେଦ ସ୍ୱାଧ୍ୟାୟ ସପ୍ତାହ ପାଳିତ...

ବରଗଡ଼ ବେଦ ପ୍ରଚାର ସମିତି ଆନୁକୁଲ୍ୟରେ ବେଦ ସ୍ୱାଧ୍ୟାୟ ସପ୍ତାହ ପାଳିତ...


ବରଗଡ଼,୦୧/୦୯ : ବେଦ ପ୍ରଚାର ସମିତି ଆନୁକୁଲ୍ୟରେ  ବେଦ ସ୍ୱାଧ୍ୟାୟ ସପ୍ତାହ ପାଳନ ଅବସର ରେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ନବୀନ ଯଜ୍ଞୋପବିତ ଧାରଣ , ବେଦ ପ୍ରବଚନ ଓ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।

Ad..


ସ୍ଥାନୀୟ ସ୍ୱୟଂ ସିଦ୍ଧା ଭବନ ରେ ସପ୍ତାହେ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ   ରେ ସର୍ବେ ଭବନ୍ତୁ ସୁଖିନୋ କାର୍ଯ୍ୟକ୍ରମ ର ବୈଦିକ ପ୍ରବକ୍ତା ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଯୋଗ ଦେଇ ପଞ୍ଚ ମହାଯଜ୍ଞ ର ମହତ୍ବ,ସଂଗଠନ ରେ ସଂଯମତା ଓ ଏକତା, ସୂଖି ଗୃହସ୍ଥ ,ଧର୍ମାଚରଣ ,ଆଦର୍ଶ ବିଦ୍ୟାର୍ଥୀ ଶୃଙ୍ଖଳିତ ଜୀବନ ଚର୍ଚା,ସାମାଜିକ ଗୁଣାବଳି ର ବିକାଶ ଆଦି ବିଷୟ ରେ ଆଲୋଚନା କରିଥିଲେ।

          Ad..


ପ୍ରତ୍ୟହ ଶତାଧିକ ଭକ୍ତ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଡଗର ବାନପ୍ରସ୍ତି ଙ୍କ ସଂଯୋଜନା ରେ ବିଜେପୁର ଆର୍ଯ୍ୟ ସମାଜ ଓ ବରଗଡ଼ ବେଦ ପ୍ରଚାର ସମିତି ମିଳିତ ପ୍ରୟାସ ରେ  ପଣ୍ଡିତ ବିରେନ୍ଦ୍ର କୁମାର ଓ ଋଷଭ ଆର୍ଯ୍ୟ ଙ୍କ ପ୍ରୟାସ ରେ ଜହ୍ନା ପଡ଼ା ର  ବୈଦିକ ସଂସ୍କୃତି ସଂଘ, ମହର୍ଷି ଦୟାନନ୍ଦ ଆର୍ଯ୍ୟ ପରିଷଦ ,ଶିଶୁ ବିଦ୍ୟାମନ୍ଦିର ହିନ୍ଦୀ ବିଭାଗ ଆଦି ସ୍ଥାନ ରେ ସ୍ଵାମୀ ସୁଧା ନନ୍ଦ ସରସ୍ଵତୀ ଜି ଙ୍କ ଦ୍ଵାରା  ବ୍ୟାଖ୍ୟାନମାଳା ଆୟୋଜିତ ହୋଇଥିଲା । 

ଏହି ଅବସରରେ  ସ୍ଥାନୀୟ ଶ୍ରୁତି ନିଲୟ ରେ ଅନୁଷ୍ଟିତ ଉଦଯାପନୀ ଉତ୍ସବ ରେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ବାସୁଦେବ ବ୍ରତୀ ଯୋଗ ଦେଇ ସୃଷ୍ଟି ର କାଳ ଗଣନା ,ଜନ୍ମାଷ୍ଟମୀ ର ମହତ୍ବ ଯୋଗୀରାଜ ଶ୍ରୀ କୃଷ୍ଣ ଙ୍କ ଆଦର୍ଶ ଚରିତ୍ର ବିଷୟ ରେ ବିସ୍ତୃତ ବ୍ୟାଖ୍ୟାନ କରିଥିଲେ।

ବେଦ ପ୍ରଚାର ସମିତି ର ସଭାପତି କ୍ଷୀରୋଦ କୁମାର ନାଥ ସମ୍ପାଦକ ଅଶୋକ କୁମାର ମେହେର,ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ଦାଶ ରୁକ୍ମଣ ମହାପାତ୍ର ,ନୀଳାମ୍ବର ସାହୁ,ଶିବ ପ୍ରସାଦ ଭୋଇ ,ଯଦୁମଣି ନାଏକ,ଦିଲ୍ଲୀପ କୁମାର ପଣ୍ଡା ପଣ୍ଡିତ ସୋମ ଦତ୍ତ ଶାସ୍ତ୍ରୀ,ସୁରେଶ୍ଵରୀ ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟ କ୍ରମ ରେ ପ୍ରତ୍ୟହ ଶତାଧିକ ବେଦ ପ୍ରେମୀ ଯୋଗ ଦେଇ ସାମୁହିକ ବେଦ ପାଠ କରିବା ସହ ଶ୍ରବଣ କରିଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post