ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ର ମୂଳଦୁଆ ର ଆଉଏକ ନାୟକ ଗୁରୁ ଭଗବାନ ସାହୁ...
ପଦ୍ମପୁର,୦୧/୦୯ : ରବିବାର ଦିବା ୧୧ ଘଣ୍ଟା ସମୟରେ ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପଣ୍ଡକିଟାଲ ଠାରେ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ର ପ୍ରଚାରକ, ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ...
Ad..
ଲୋକ ମହୋତ୍ସବର ଜନକ, ଶବ୍ଦନୃତ୍ୟର ପ୍ରଣେତା, କିମ୍ବଦନ୍ତୀ ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁ ଙ୍କ ଆଦର୍ଶ ଜୀବନୀ,କଳା,ସାହିତ୍ୟ ଓ ସଂସ୍କୃତି ଉପରେ ପର୍ଯ୍ୟବେଶିତ କବିତା ପାଠ ଓ ଆଲୋଚନା ଚକ୍ର ,ଉକିଆ ସାହିତ୍ୟ ପରିବାର ପ୍ରତିଷ୍ଠାତା ସଂପାଦକ କବି ଉଦ୍ଧବ ବାରିକ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଉକ୍ତ ସଭାରେ କବି ଭିକାରୀ ପ୍ରଧାନ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଶବ୍ଦ ନୃତ୍ୟ ଗୁରୁ ଭଗବତ ପ୍ରଧାନ( ଭାଗବତିଆ), ମୁଖ୍ୟବକ୍ତା କବି ଅଭିନେତା ଶ୍ରୀଯୁକ୍ତ ଅମୂଲ୍ୟ ବେହେରା, ସମ୍ମାନୀତ ଅତିଥି କବି ସଂଗୀତଜ୍ଞ ନିସାର୍ ଅହମଦ ନିସାର୍ ସଭାମଣ୍ଡନ କରିଥିଲେ।
କବି ହୃଷିକେଶ ଡାଙ୍କ ଅତିଥି ପରିଚୟ ଦେବାସହ ସଭା ପରିଚାଳନା ଓ କବିତା ଆସର ସଂଯୋଜନା କରିଥିଲେ। ଅନେକ ମାନ୍ୟଗଣ୍ୟ କବି କଳାକାର ଯଥା ଚୌଧୁରୀ ତ୍ରିପାଠୀ, ଟିକେଲାଲ୍ ରାଉତ, ସନ୍ତୋଷ ପ୍ରଧାନ, ଅଯୋଧ୍ୟା ଭୋଇ,ସଚିଦା ଭୋଇ,ସାନନ୍ଦ ବାରିକ,ଭକ୍ତ ଭୋଇ, ନିରୋଜ ସାହୁ,ଜିବର୍ଦ୍ଦନ ପ୍ରଧାନ, ସଞ୍ଜୟ କୁମାର ସେଠୀ, ଲିଙ୍ଗରାଜ ମାଝୀ, କାମଦେବ ନାଏକ, ଛନ୍ଦା ଚରଣ ଭୋଇ, ସରୋଜ କୁମାର ମହାକୁର,ଡୋଲାମଣି ମହାକୁର ଆଦି ଅନେକ ନିଜ ନିଜ କବିତା ପାଠ ଓ ବକ୍ତବ୍ୟ ପ୍ରଦାନ କରିଥିଲେ।
ଗୁରୁ ଭଗବାନ ସାହୁ ଙ୍କୁ ବାଦ୍ ଦେଇ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ଆଲୋଚନା ଅସମ୍ଭବ ବୋଲି ମନ୍ତବ୍ୟ ପ୍ରକାଶ ପାଇଥିଲା। ଏହି ମହାନ୍ ବ୍ୟକ୍ତିଙ୍କ ଜୀବିତାବସ୍ଥାରେ ଅହେଲିତ କରାଯାଇଛି। ତାଙ୍କୁ ଉଚିତ ସମ୍ମାନ ଦେବା ପାଇଁ ଆଗାମୀ ଦିନରେ ଗୁରୁ ଭଗବାନ ସାହୁ ସ୍ମୃତି ରକ୍ଷା ନିମନ୍ତେ ଅନେକ ଗୁରୁତ୍ତ୍ୱପୂର୍ଣ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ କବି ଗୋକୁଳ ବିହାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



