ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଧିତ ବୈଠକ...
ମୁରିବାହାଲ,୦୧/୯ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଧିତ ବୈଠକ ସଂଘର ସଭାପତି ସୁବ୍ରତ କୁମାର ମାହାକୁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
Ad..
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଆଶିଷ କୁମାର ମିଶ୍ର ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ। ମୁଖ୍ଯ ବକ୍ତା ରୂପେ ମୁରିବାହାଲ ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବରିଷ୍ଠ କର୍ମକର୍ତ୍ତା ତଥା ସମାଜସେବୀ ଆଶିଷ ଖୈତାନ, ପ୍ରେସ କ୍ଲବ ସଂପାଦକ ସୁରୁଦାସ ବାଗ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞନ ପୁଟେଲ, ବରିଷ୍ଠ ସାମ୍ବାଦିକ ଦୀପକ ଯାଦବ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ଅତିଥି ବ୍ରୁନ୍ଦ ସମାଜରେ ସାମ୍ବାଦିକତାର ଭୂମିକା,ଉଦ୍ଦେଶ୍ଯ ବିଷୟରେ ମତାମତ ରଖିଥିଲେ ଏବଂ ସାମ୍ବାଦିକତା କୁ ନେଇ ଏକ କର୍ମଶାଳା ଅତ୍ଯନ୍ତ ଜରୁରୀ ଥିବା କଥା ଅତିଥି ବ୍ରୁନ୍ଦ କହିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭ ରେ ମଂଚାସିନ ଅତିଥି ବ୍ରୁନ୍ଦ ଙ୍କୁ ସାମ୍ବାଦିକ ସଂଘ ମୁରିବାହାଲ ଦ୍ବାରା ପୁଷ୍ପମାଲ୍ୟ ସହ ଉପଢୌକନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ କଣ୍ଟାବାଞ୍ଜି ଅର୍ଗସ ନ୍ଯୁଜ ପ୍ରତିନିଧି ହୁଲେଶ୍ବର ହଂସ ଯିଏକି ଦୁର୍ଗମ ଅଂଚଳର ସମସ୍ଯା କୁ ପ୍ରଚାର ପ୍ରସାର କରିବା ନେଇ ରାଜ୍ଯ ରେ ନିଜର ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରି ପାରିଥିବା ଶ୍ରୀ ହଂସ ଙ୍କୁ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ ଅଂଚଳର ବିଶେଷ ବ୍ୟକ୍ତିତ୍ୱ ତଥା ସମାଜ ସେଵୀ ନାରାୟଣ ସାହୁ, ରମାରଞ୍ଜନ ପାତ୍ର, କୁନ୍ତ ପୋଢ଼, ରାମ ଆଡ଼ଜୁଏଡ଼ ଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା।
କାର୍ଯ୍ୟକ୍ରମ ରେ ମୁରିବାହାଲ ସାମ୍ବାଦିକ ସଂଘରେ ନୂତନ ସାମ୍ବାଦିକ ଭାବରେ ସଦସ୍ଯତା ଗ୍ରହଣ କରିଥିବା ସାମ୍ବାଦିକ ଲକ୍ଷ୍ମିକାନ୍ତ ଧରୁଆ, ପଦ୍ମନାଭ ସାହୁ, ପ୍ରକାଶ ବଘାର,ଯଦୁପତି ଅଗସ୍ତି, ସୁରେନ୍ଦ୍ର କୁମାର ଆଚାରୀ, ଅମରେଶ ମାଝୀ, ସୁବାଷ ପୋଢ, ଦେବବ୍ରତ ବିଶି, ମନୋଜ ସାହୁ ପ୍ରମୁଖ ଙ୍କୁ ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆଗାମୀ ଦିନରେ ସଂଘ ତରଫରୁ ଭିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯେପରି ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା କେନ୍ସର କେମ୍ପ ପରି କାର୍ଯ୍ୟକ୍ରମ କରାଯିବା ନେଇ ସଂଘ ସଭାପତି ସୂଚନା ଦେଇ ଥିଲେ।
ସଂଘ ର ସାଧାରଣ ସମ୍ପାଦକ ସୁଦାମ ଚରଣ ବଘାର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘ ର ଉପସଭାପତି କେଦାର ବଡ଼ଜେନା, ସଦସ୍ୟ ଶଙ୍କର ମାଝୀ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ସଂଘ ର ସଦସ୍ଯ ପ୍ରଫୁଲ୍ଲ ବଘାର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Report : sudam baghar
Edited by k.s thakur...



