ଭୁକ୍ତା ଜନତା ହାଇସ୍କୁଲରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ ପାଳିତ...

ଭୁକ୍ତା ଜନତା ହାଇସ୍କୁଲରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ ପାଳିତ... 


ଅମ୍ବାଭୋନା,୧୪/୦୯ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ -୨୦୨୪ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁନିଅର୍ ରେଡକ୍ରସର ପରାମର୍ଶଦାତା ଶିକ୍ଷକ ସଂଜୟ ଖମାରୀ  ବିଶ୍ଵ ଫାଷ୍ଟ ଏଡ୍ ଦିବସର ଆଭିମୁଖ୍ୟ...

            Ad..


ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ବିଶ୍ଵର ସର୍ବ ବୃହତ ସେବା ସଂଗଠନ ରେଡକ୍ରସ ଉପରେ ହେନେରି ଡୁନାଣ୍ଟଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ।ଚଳିତ ବର୍ଷର ବିଷୟବସ୍ତୁ "ପ୍ରାଥମିକ ସହାୟତା ଓ କ୍ରୀଡ଼ା" ଏବଂ ପ୍ରାଥମିକ ସହାୟତା କ୍ଷେତ୍ରରେ ଜୁନିଅର୍ ରେଡ୍ କ୍ରସର ସଦସ୍ୟଙ୍କ ଭୂମିକା ସମ୍ପର୍କରେ ବିଶଦଭାବରେ ଆଲୋଚନା କରାଯାଇଥିଲା। 

           Ad..


ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ପ୍ରାଥମିକ ସହାୟତାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସବିଶେଷ ଧାରଣା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଜୁନିଅର୍ ରେଡ୍ କ୍ରସ,ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ଶକ୍ତି କ୍ଲବର ସଦସ୍ୟ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ , ଶିକ୍ଷକ ସଞ୍ଜୟ ଖମାରୀ,ଶ୍ରୀପତି ସାହୁ, ତେଜରାମ ସା, ଈଶ୍ୱର ପଧାନ,ବୋଧରାମ ବିଶ୍ବାଳ,ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର ,ଶିକ୍ଷୟିତ୍ରୀ ଅନୀତା ପଧାନ ଏବଂ ଜୁନିଅର୍ ରେଡକ୍ରସର ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷାର୍ଥୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post