ଅବହେଳିତ ବୋଡ଼ାସମ୍ବର ମାଟିରେ ଶିକ୍ଷାନୁଷ୍ଟାନ ଗଢି ଇତିହାସ ସୃଷ୍ଟି କରିଥିବା ସ୍ବର୍ଗତ କୃଷ୍ଣ ମୋହନ ପଣ୍ଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ...
ବରଗଡ଼,୧୫/୦୯ : ବରଗଡ଼ ଜିଲ୍ଲ ପଦ୍ମପୁର ଜିଷ୍ଟ ଶିକ୍ଷା ଅନୁଷ୍ଠାନ ର ପ୍ରତିଷ୍ଠାତା ଶିକ୍ଷାବିତ କୃଷ୍ଣ ମୋହନ ପଣ୍ଡା ଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଗତବର୍ଷ ୨୬ ସେପ୍ଟେମ୍ବର ୨୦୨୩ ଦିନ ତାଙ୍କ ଦେହାନ୍ତ ଘଟିଥିଲା। ଭାଦ୍ରବ ଦ୍ଵାଦଶୀ ତିଥି ଅନୁସାରେ ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେଉଛି।
Ad..
ଶିକ୍ଷା ଖେତ୍ର ରେ ପଛୁଆ ହୋଇ ରହିଥିବା ବୋଡ଼ା ସମ୍ବର ଅଂଚଳ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ଅଂଚଳ ର ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ସହ ଆବଶ୍ୟକ ଥିବା ଭିତ୍ତିଭୂମି ଯୁକ୍ତ ଶିକ୍ଷାନୁଷ୍ଠାନ ସହ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରଣାଳୀ ତିଆରି କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ ବ୍ଯାପକ ଚିନ୍ତା ଧାରା ରେ ଶିକ୍ଷାନୁଷ୍ଠାନ ଶୁଭାରମ୍ଭ କରିଥଲେ।
Ad..
ପଦ୍ମପୁର ଅଂଚଳ ରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଶିକ୍ଷା ର ଏକ ମାଇଲଖୁଣ୍ଟ ସାଜିଥିବା ଶିକ୍ଷାବିତ ସ୍ବର୍ଗତ କୃଷ୍ଣ ମୋହନ ପଣ୍ଡା ଙ୍କ ଶ୍ରାଦ୍ଧ ବାର୍ଷିକୀ ତିଥିରେ ପଦ୍ମପୁର ର ସଚେତନ ନାଗରିକ ମହଲ , ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ତରଫରୁ ଏବଂ ବିଭିନ୍ନ ଅନୁଷ୍ଠାନ ସହ ଜିଷ୍ଟ ବିଦ୍ୟାଳୟ, ମହାବିଦ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
Report : Bijay ku sahu
Edited by k.s thakur...



