କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ଓ କୁଚିଣ୍ଡା ବ୍ଲକରେ ପଞ୍ଚ।ୟତରାଜ ଆଇନ ଏବଂ ସମ୍ବିଧାନର ଉଲଘଂନ...

କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ଓ କୁଚିଣ୍ଡା ବ୍ଲକରେ ପଞ୍ଚ।ୟତରାଜ ଆଇନ ଏବଂ ସମ୍ବିଧାନର ଉଲଘଂନ...


ସମ୍ବଲପୁର; ୧୪ /୦୯ : କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ପଞ୍ଚାୟତ ସମିତିରେ ପଞ୍ଚାୟତ ସମିତି ଆଇନକୁ  ଓ ଗ୍ରାମସଭାର ସାମ୍ବିଧାନିକ ଅଧିକାରକୁ ଉଲଘଂନ କରି ବି.ଡି.ଓ. ମନ ମୁଖୀ ଭାବରେ ୨୦୨୫ ମଃ ର ବାର୍ଷିକ କାର୍ଯ୍ୟଖସଡାକୁ ଜିଲ୍ଲା ପରିଷଦକୁ ପଠାଇଥିବା ଯୋଗୁଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ  ସମିତି ସଦସ୍ୟାମାନଙ୍କର ଗଣଧାରଣା ଆନ୍ଦୋଳନ ପରିପେକ୍ଷୀରେ  ଜମନକିରା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ମହାନ୍ତି ଏହାର ଦୃଢ ପ୍ରତିବାଦ ଏବଂ ନିନ୍ଦା କରିଛନ୍ତି । 

            Ad..


ଅଧ୍ୟକ୍ଷା , ଉପାଧ୍ୟକ୍ଷ ଓ ସମିତି ସଦସ୍ୟ ମାନଙ୍କର ଧାରଣା ଆନ୍ଦୋଳନକୁ ସେ ସମର୍ଥନ ଜଣାଇଥିଲେ  । କୌଣସି ବାର୍ଷିକ କାର୍ଯ୍ୟଖସଡା ଜିଲ୍ଲା ସ୍ତରକୁ ପଠାଇବା ପୂର୍ବରୁ ପଲ୍ଲୀସଭା ଓ ଗ୍ରାମ ସଭାର ପ୍ରସ୍ତାବ ଆହ୍ଵାନ କରିବା ସାମ୍ବିଧାନିକ ବିଧି ବ୍ୟବସ୍ଥା ରହିଛି । ଏହା ପରେ ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରି ପ୍ରସ୍ତାବ ପଠାଇବା ବିଧାନ ରହିଛି । ଯାହାକି ମୋଟା ମୋଟି ଭାବରେ ପାଳନ ନ କରି ଉଲଂଘନ କରାଯାଇଛି । 

          Ad..


କେବଳ ଜମନକିରା ପଞ୍ଚାୟତ ସମିତିରେ ଏହାର ପ୍ରତିବାଦ ହେଉଥିଲେ ମଧ୍ୟ କୁଚିଣ୍ଡା ପଞ୍ଚାୟତ ସମିତିରେ ମଧ୍ୟ ଏହି ବିଧି ବିଧାନକୁ ଉପେକ୍ଷା କରାଯାଇଥିବା ଶ୍ରୀ ମହାନ୍ତି କୁଚିଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଭୁବନେଶ୍ୱର କିଶାନ ମୌଖିକ ଭାବରେ କହିଥିବା ପ୍ରକାଶ କରିଛନ୍ତି। 

ଏହି ଦୁଇ ବ୍ଲକ ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ । ସେ ମଧ୍ୟ ଏହି ଦୁଇ ପଞ୍ଚାୟତ ସମିତିରରେ ସମୀକ୍ଷା କରିଥିଲେ ।  ଉଲ୍ଲେଖ ଯୋଗ୍ୟ ବିଷୟ ଯେ, ସେ ମନ୍ତ୍ରୀ ଭାବରେ ପଲ୍ଲୀସଭା, ଗ୍ରାମସଭାର ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ବାରମ୍ବାର କହି ପଞ୍ଚ।ୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ କହୁଥିଲେ ମଧ୍ୟ ବିଡିଓ ମାନେ କେଉଁ ସାହାସରେ ଏପରି ମନମୁଖୀ ଅଗଣତାନ୍ତ୍ରିକ ତଥା ଅଣସାମ୍ବିଧାନିକ କାର୍ଯ୍ୟ କରିବାକୁ ସାହସ କରିବା ବିସ୍ମୟଜନକ ଅଟେ । 

ବି.ଡି.ଓ. ପଞ୍ଚାୟତ ସମିତିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ପଞ୍ଚାୟତ ସମିତିର ଅବମାନନା  କରୁଥିବା ଅନୁଧ୍ୟାନ ସାପେକ୍ଷ । ଆହୁରି ମଧ୍ୟ ପଞ୍ଚାୟତ ସମିତି ସଦସ୍ୟମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନ ଥିବା କ୍ଷୋଭର ବିଷୟ । ଯଦି ପଞ୍ଚାୟତରାଜ ବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଆଇନ ଓ ସମ୍ବିଧାନର ଉଲଂଘନ ହେଉଥାଏ, ତେବେ ଅନ୍ୟ ପଞ୍ଚାୟତ ସମିତିରେ କଣ ହେଉଥିବ ତାହା ମଧ୍ୟ ଅନୁଧ୍ୟାନ ସାପେକ୍ଷ । 

ତେଣୁ  ଏହାର ଅନୁଧ୍ୟାନ କରି ପଞ୍ଚାୟତରାଜ ସଂସ୍ଥା ଓ ସାମ୍ବିଧାନିକ ନିୟମ ଅନୁଯାଇ ବାର୍ଷିକ କାର୍ଯ୍ୟଖସଡା ପ୍ରସ୍ତୁତ କରି ପଞ୍ଚାୟତ ସମିତିରେ ଅନୁମୋଦନ କରି ପୁନରାୟ ପଠେଇବାକୁ ଏବଂ ଭବିଷ୍ୟତରେ ଏତାଦୃଶ ତ୍ରୁଟି ନ କରିବାକୁ ଶ୍ରୀ ମହାନ୍ତି ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post