ଅସହାୟ ଅବସ୍ଥାରେ ପଡ଼ିରହିଛି ବାପାଙ୍କ ମୃତ ଶରୀର, ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର...
ବରଗଡ଼ ୨୨/୦୯ :- ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତିନି ନମ୍ବର ୱାର୍ଡ ମନାବନ୍ଧ ପଡ଼ାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ବାପାର ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ କେହି ନାହାନ୍ତି ବାହୁଣୀ ବାହୁଣୀ କାନ୍ଦୁଛନ୍ତି ସ୍ତ୍ରୀ ସହିତ ଛୁଆ ପିଲା । ଶେଷରେ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର ।
Ad..
ସୂଚନା ମୁତାବକ ବରଗଡ଼ ୱାର୍ଡ ନମ୍ବର ତିନିରେ ବସବାସ କରୁଥିବା ରାମକୃଷ୍ଣ ଥାରଟି(୭୬) ତାଙ୍କର ଝିଅ ଓ ଜ୍ୱାଇଁ ରଞ୍ଜିତ ନାଏକଙ୍କ ସହିତ ମୋଟ ନଅ ଜଣ ସଦସ୍ୟ ପରିବାରରେ ବସବାସ କରୁଥିଲେ ।
ଆଗରୁ ଦୁଇଜଣ ଭେଣ୍ଡିଆ ପୁଅକୁ ହରାଇଥିବା ରାମକୃଷ୍ଣ ଆଜି ଶନିବାର ଜ୍ୱାଇଁ ରଞ୍ଜିତ ନାଏକ ଙ୍କ ମୃତ୍ୟବରଣ ପରେ ଏକାକୀ ହୋଇଯାଇଥିଲେ ସେ ସମ୍ପୂର୍ଣ ଭାଙ୍ଗି ପଡିବା ସହିତ ନିଜର ଦୁଃଖ ବଖାଣି "ମୋର ଗରିବ ପରିବାରକୁ ଏ କି ଦୁଃଖ ଦେଲୁ ଦଇବ" କହି ବାହୁଣୀ ବାହୁଣୀ କାନ୍ଦିବା ସହିତ ଦୁଃଖ ବଖାଣି ଥିଲେ ରାମକୃଷ୍ଣ , ତାଙ୍କରି ପରିବାର କହିଲେ ଏବେ ବୃଦ୍ଧା ସ୍ତ୍ରୀ ସହିତ , ବିଧବା ଝିଅ, ବିଧବା ବହୁ ଚାରିଜଣ ନାତୁଣୀ ତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଜଣେ ପକ୍ଷପାତ ରୋଗରେ ଆକ୍ରାନ୍ତ ।
ଆଜି ଜ୍ୱାଇଁ ଙ୍କୁ ହରାଇବା ପରେ ବୃଦ୍ଧ ବୟସରେ ମୁଣ୍ଡରେ ପଡିଛି ପରିବାର ଭରଣ ପୋଷଣର ବୋଝ । ଘଟଣା କ୍ରମେ ଆଜି ଶନିବାର ପାହାନ୍ତିଆରୁ ଜ୍ୱାଇଁ ରଞ୍ଜିତ ନାଏକଙ୍କ ମୃତ୍ୟୁବରଣ ହୋଇଥିଲା। ମୃତ ଶରୀର ଦୀର୍ଘ ସମୟ ପଡିରହିବା ପରେ ନିଜକୁ ଅସହାୟ ମନେ କରି ରାମକୃଷ୍ଣ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର କୁ ଯୋଗାଯୋଗ କରିଥିଲେ ।
ଖବର ପାଇଁ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ, ନବୀନ ବୁଡେଖ ପ୍ରମୁଖ ଆସି ସ୍ଥାନୀୟ ଲୋକଙ୍କ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ସହିତ ମିଶି ଜୀରା ନଦୀ ସ୍ମଶାନରେ ମୃତ ରଞ୍ଜିତ ନାଏକଙ୍କ ଶବ ସତ୍କାର କରିଥିଲେ।
ତେବେ ମୃତ ରଞ୍ଜିତ ନାଏକ ଙ୍କ ବଡ଼ ଝିଅ ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ଅନ୍ୟମାନେ ସାହାଯ୍ୟ କରିଥିଲେ । ହେଲେ ଏତିକିରେ ଏ ପରିବାରର ଦୁଃଖ ସରିନାହିଁ ।୭୬ ବର୍ଷୀୟ ରାମକୃଷ୍ଣ ନିଜେ ରୁଗ୍ଣ, ସେ ନିଜର ଯତ୍ନ ନେବାରେ ଅକ୍ଷମ କିନ୍ତୁ ଆଜି ତାଙ୍କରି ମୁଣ୍ଡରେ ପରିବାର ବୋଝ।
ଏମିତି ଏକ ଦୁଃଖଦ ସମୟରେ ଜ୍ୱାଇଁଙ୍କ ଅନ୍ତେଷ୍ଟି ଶୁଦ୍ଧିକ୍ରିୟା ବା କେମିତି ତୁଲାଇବେ ଏହାକୁ ନେଇ ସେ ସରକାର ଙ୍କ ପାଖରେ ସାହାଯ୍ୟର ଆଶା ବାନ୍ଧିଛନ୍ତି । ସରକାର ତଥା ଜିଲ୍ଲାପାଲ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟର ହାତ ବଢାଇଲେ ମାନବିକତାର ଏକ ଉଦାହରଣ ସାଯିବା ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
Report : Bijay ku sahu
Edited by k.s thakur...


