ବଡଧରା ଗ୍ରାମରେ ଈରାଶିଷ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା...

ବଡଧରା ଗ୍ରାମରେ ଈରାଶିଷ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା... 


ଅମ୍ବାଭୋନା,୨୨/୦୯ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବଡଧରା ଗ୍ରାମ ରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଦିଆଯାଇଛି। ଏହି ଅବସରରେ ଗ୍ରାମ ରେ ସଂକିର୍ତନ୍ଯ ମାଧ୍ୟମରେ ପାଛୋଟି ନିଆଯାଇଥିଲା। 

          Ad..


ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ଭୁକ୍ତା ମଣ୍ଡଲ ସଭାପତି ପ୍ରହଲ୍ଲାଦ ଖମାରୀ,ଗୁନାରୁ ପଧାନ,ଗୋରହରି ପଣ୍ଡା,ବଦ୍ରି ବାଗ,ବର୍ତୁ ସା,ସୁବାସ ଚନ୍ଦ୍ର ପଧାନ ପ୍ରମୁଖ ମଞ୍ଚାସୀନ ରହି ବଡଧରା ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। 

ଭଟଲି ବିଧାୟକ ଶ୍ରୀମାନ ଆଚାର୍ଯ୍ୟ ପର୍ଯ୍ୟାୟ କ୍ରମେ ବଡଧରା ଗ୍ରାମ ର ସର୍ବାଙ୍ଗୀନ ଉନ୍ନତି ହେବା ର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post