ଲଖନପୁର ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ଶିକ୍ଷକ ସମ୍ମିଳନୀ। ଅମ୍ବାଭୋନା...

ଲଖନପୁର ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ଶିକ୍ଷକ ସମ୍ମିଳନୀ। ଅମ୍ବାଭୋନା...


ବରଗଡ଼,୨୨/୦୯ : ବକମଲସିଂ ଦାଉ ସରକାରୀ ଉଚ୍ଚ ବିଦ୍ୟାଳୟ  ଲଖନପୁର ଠାରେ ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ , କେଦାରନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ରଥ , ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ସାହୁ ମଞ୍ଚାସୀନ ଥିଲେ।  

         Ad..


ସଭା ପ୍ରାରମ୍ଭ ରେ ପୂଜାର୍ଚ୍ଚନା ଓ ସ୍ବାଗତ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗାନ କରିଥିଲେ। ବିଜ୍ଞାନ ଶିକ୍ଷକ ମନୋହର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମଚନ୍ଦ୍ର ସାହୁ ବିଗତ ବୈଠକ ର ବିବରଣୀ ପଠନ କରିଥିଲେ। 

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାବନା ସାହୁ ବିଭିନ୍ନ କ୍ଷେତ୍ରରେ  ଅମ୍ବାଭୋନା ବ୍ଳକକୁ ଜିଲ୍ଲା ସ୍ତରର ସଫଳତାବିଷୟରେ  ସବିଶେଷ ଆଲୋଚନା କରିଥିଲେ। ଭୁକ୍ତା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କ ବିଭିନ୍ନ ବିଷୟରେ ଉପସ୍ଥାପନ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ର ପ୍ରସ୍ତୁତ ଏକ ଭିଡିଓ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥିଲା । 

ଫିଡବାକ ଫର୍ମ ରେ ନୁତନ ଜ୍ଞାନ କୈ।ଶଳର ସୁନ୍ଦର ବ୍ୟବହାର ହୋଇଥିବା  ପ୍ରଧାନ ଶିକ୍ଷକ ମାନେ ଖୁସି ବ୍ୟକ୍ତ କରିଥିଲେ।ବିଦ୍ୟାଳୟ ପ୍ରାଙ୍ଗଣ ବୁଲି   ଶିକ୍ଷକ ମାନେ ଖୁସି ବ୍ୟକ୍ତ କରିଥିଲେ।  ଶିକ୍ଷକ ସୁଜିତ୍ ପଶାୟତ ଧନ୍ୟବାଦ ପ୍ରଦାନ କରିଥିଲେ।ଏଥିରେ ଶିକ୍ଷକ ସେବା ରାମ ଗଡ଼ଟିଆ, ଘନଶ୍ୟାମ ପ୍ରଧାନ, ଗୁଣନିଧି ମିର୍ଦ୍ଧା, ରଜନୀ ଖମାରୀ, ଜନା ରଦନ ସ। , ସୁରେଶ ମହାନନ୍ଦ , ବିଦୁଭୁସନ୍ ସାହୁ, ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post