ପାଇକମାଳରେ କୃଷକ ଚେତନା ସଭା...

ପାଇକମାଳରେ କୃଷକ ଚେତନା ସଭା...


ପାଇକମାଲ,୨୨/୦୯ : ପାଇକମାଲ ନିକଟସ୍ଥ ଚେତନା ଶ୍ରମିକ ସଂଘ ପାଇକମାଳ ଠାରେ  ଜୟ କିଶାନ ଆନ୍ଦୋଳନ ସଭାପତି ବିଶ୍ଵନାଥ ରଣାଙ୍କ ସଭାପତିତ୍ବ ରେ  ପାଇକମାଳ, ଝାରବନ୍ଧ , ପଦ୍ମପୁର ବ୍ଲକ ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତାଙ୍କ  ଉପସ୍ଥିତିରେ  କୃଷକ ଚେତନା ସଭା ଅନୁଷ୍ଠିତ ହୋଇଥିଲା।

Ad..


 ଏଥିରେ ପଶ୍ଚିମ ଓଡ଼ିଶା ସମନ୍ମୟ ସମିତି ଆବାହକ ଲିଙ୍ଗରାଜ ,ଚାଷୀ ନେତା ଶିବ ପ୍ରସାଦ ,ହର ବଣିଆ ,ମହେଶ,ଅରୁଣ,ସ ନ୍ତୋଷ ବେହେରା, ଡୋଲାମଣି,ବାଳକୃଷ୍ଣ ବନୋଛୋର,ରାହାସ ସାହୁ ,ଗୁପତ ବାରିକ, କ୍ଷେତ୍ରି ଲୁହାର ଉପସ୍ଥିତ ଥିଲେ । ଲିଙ୍ଗରାଜଙ୍କ ବକ୍ତ୍ୟବରେ ବିଜୁଳି ର ନୀତିଗତ ସମସ୍ୟା କୁ ସରକାର ପାଖରେ ଉପସ୍ଥାପନ କରି ପାରିଲେ, ତାର ସମସ୍ୟା ଦୁରହୋଇ ପାରିବ ବୋଲି ମନ୍ତବ୍ୟ ରଖିଥିଲେ।

ଚାଷୀ ନେତା ଶିବ ପ୍ରସାଦ ବିଗତ ଦିନ ରେ ଚାଷୀ ଆନ୍ଦୋଳନ କରିଥିବା ରୂପରେଖ ବିଷୟ ରେ ଆଲୋକପାତ କରିଥିଲେ। ସନ୍ତୋଷ ବେହେରା ସରକାର ଙ୍କ ଉନ୍ନୟନ ମୂଳକ କାମରେ ବାଟ ମାରଣା ବିଷୟରେ ବକ୍ତବ୍ୟ ରଖିଥିଲେ ଏବଂ ଜନ ଆନ୍ଦୋଳନ ଯୁବ ନେତା ଚନ୍ଦ୍ରହାସ ସମ୍ବିଧାନ ରେ ଥିବା ପଛୁଆ ବର୍ଗଙ୍କ ଅଧିକାର ଓ ସଂରକ୍ଷଣ ବ୍ୟବସ୍ଥାକୁ ଛାତ୍ର ମାନଙ୍କ ପାଖକୁ ପହଞ୍ଚାଇବା ଉପରେ ମତ ରଖିଥିଲେ।  

ଜୟ କିଷାନ ଆନ୍ଦୋଳନ ବରଗଡ଼ ଜିଲ୍ଲା ପୂର୍ବତନ ସମ୍ପାଦକ ଅରୁଣ ସାହୁ ସଂଗଠନ ନିର୍ମାଣ ବିଷୟ ରେ ତାଙ୍କର ବକ୍ତବ୍ୟ ରଖିଥିଲେ। ବାଳକୃଷ୍ଣ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post