କେନାଲ ନାହିଁ ହେଲେ ଆସୁଛି ଜଳକର : ଚାଷୀ ଅସନ୍ତୋଷ...
ବରଗଡ଼,୨୨/୦୯ : ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଘେଁସ ପକ୍ଷରୁ କେନାଲ ନ ଥାଇ ଜଳକର ଆସୁଥିବାରୁ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଦିନ ସୋହେଲା ଠାରେ ଲିଖିତ ଅଭିଯୋଗ କରିଥିଲେ।
Ad..
ପ୍ରକାଶ ଥାଉକି ଯେ ତାଳଖୋଲ ଡେମ ତିଆରି ହେବା ପରେ ଉକ୍ତ ଅଞ୍ଚଳ ଜଳସେଚନ ପାଇଁ ଚିହ୍ନିତ ହୋଇ ବନ୍ଧପାଲି ଓ ତିଳେଇ ମାଲ ଗ୍ରାମ ର କେନାଲ ଜରିଆରେ ପ୍ରାୟ 500 ଏକର ଜମି ଜଳ ସେଚିତ ହେଉଥିଲା। ପର୍ଯ୍ୟାୟ କ୍ରମେ ଧୀରେ ଧୀରେ କେନାଲ ଥାଇ ପାଣି ଆସିଲା ନାହିଁ ପରେ ସମ୍ପୂର୍ଣ୍ଣ ପାଣି ବନ୍ଦ ହୋଇଗଲା।
ଗ୍ରାମ ବସି ମାନଙ୍କ ତରଫରୁ କେନାଲ ପାଣି ପାଇବା ପାଇଁ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ପାଣି ପାଇଲେ ନାହିଁ କିନ୍ତୁ ବରାବର ଜଳ କର ଆସୁଅଛି। ଏପରିକି ଗୋଟିଏ ଗୋଟିଏ ଚାଷୀଙ୍କ ଜଳକର 40/ 50 ହଜାର ଟଙ୍କା ହୋଇଗଲାଣି।
ଯେଉଁ ଚାଷୀ ମାନେ ଠିକ ସମୟରେ ଜଳକର ଦେଉନାହାନ୍ତି ସେମାନଙ୍କୁ ଜଳକର ସହିତ ସୁଧ 12% ଦେବା ପାଇଁ ନୋଟିସ ଆସୁଛି। ଗୋଟିଏ ପଟେ ପାଣି ନାହିଁ ଅନ୍ୟ ପଟେ ସୁଧ ସହିତ ଜଳକର ଚାଷୀ ମାନଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି।
କୃଷକ ସଂଗଠନ ତରଫରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ ବାରମ୍ବାର କଲା ପରେ ମଧ୍ୟ ସମାଧାନ ହେଉନଥିଲା ପରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ସମୟରେ ସଂଗଠନ ପକ୍ଷରୁ ଅଭିଯୋଗ ପରେ ଗତ କାଲି ସୋହେଲା ତହସିଲଦାର ଶୁଭରଞ୍ଜନ ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ଷଢଙ୍ଗୀ, କେନାଲ ଏସ ଡି ଓ ଅମୀୟ ମେହେର, ଜେ ଇ ବିଶ୍ୱନାଥ ମଳିକ, ସୁପରଭାଇଜର ସୂଂରୁତା ପଣ୍ଡା ଏବଂ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ସରଜମୀନ ନିରୀକ୍ଷଣ କରିଛନ୍ତି।
ନିରୀକ୍ଷଣ କାରି ଦଳ କେନାଲ ପୋତି ହୋଇଥିବା ଅନେକ ଦିନୁ ପାଣି ନ ଆସୁଥିବା ସ୍ବୀକାର କରିଥିଲେ। ଏହି ସମୟରେ କୃଷକ ସଂଗଠନର ମୁରଲୀଧର ଭୋଇ, ପ୍ରଭାତ ସାହୁ,ପ୍ରେମରାଜ ସାହୁ, କ୍ଷୀରୋଦ୍ର ପଟେଲ ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟରେ ସନ୍ତୋଷ ସାହୁ, ରମେଶ ମଟାରୀ, ଆକାଶ ସାହୁ, ସନ ନାଗ, ଗୋପାଳ ବଗର୍ତ୍ତୀ, କ୍ଷିରେଶ୍ୱର ସାହୁ, ଡୋଲlମଣି ଗହୀର, ରବି ଗରିଆଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


