ଅମ୍ବାଭୋନା ବ୍ଳକ ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ...
ଅମ୍ବାଭୋନା,୧୭/୦୯ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମତିଥି ଅବସରରେ ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିର୍ତିଚନ୍ଦ୍ର ଦୁଆନ ଅଧ୍ୟକ୍ଷତା କରିଥିବାବେଳେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗ ସଭାର ଉଦ୍ଧେଶ୍ୟ ଞ୍ଗାପନ କରିଥିଲେ।
Ad..
ଅମ୍ବାଭୋନା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଟିକେଶ୍ବର ପଟେଲ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରତିନିଧି ଡ.ଚିନ୍ତାମଣୀ ପଟେଲ, ଭଟଲି ବିଧାୟକ ପ୍ରତିନିଧି ଗୁନାରୁ ପଧାନ,ବ୍ଳକ ଉପାଧ୍ୟକ୍ଷ କମଲା ନାୟକ, ଜିଲ୍ଲା ପରିଷଦ ସଭ୍ଯା କଳ୍ପନା ପଧାନ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଜୟନ୍ତୀ ଗଡତିଆ, ପ୍ରମୁଖ ମଞ୍ଚାସୀନ ରହିଥିଲେ।
Ad..
ସଭା ପ୍ରାରମ୍ଭରେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବଚ୍ଛତା ପାଇଁ ଶପଥ ପାଠ କରାଇଥିଲେ।ଏହି ଅବସରରେ ଅମ୍ବାଭୋନା ବ୍ଲକ ର ଆବେଦନ ହୋଇଥିବା ୧୪୨୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ।
Ad..
ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରୁଚିଦା ଗ୍ରାମ ପଞ୍ଚାୟତ ର ବଡଧରା ଗ୍ରାମ ର ଯୁଗେଶ୍ବରୀ ଭୋଇ,ଓ ପଦ୍ମିନୀ ପଧାନ ଙ୍କୁ ଗୃହ ନିର୍ମାଣ ପାଇଁ ମଞ୍ଚାସୀନ ଅତିଥିଗଣ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ର ବି.ପି.ଏମ ମୁରଲୀଧର ଗଡତିଆ, ସମସ୍ତ ବିଭାଗର ବ୍ଳକ କର୍ମଚାରୀ ସହାୟକ ଯନ୍ତ୍ରୀ ନାଗାର୍ଜୁନ ପଧାନ, ସମସ୍ତ ଜନପ୍ରତିନିଧି,,ଏମ ବି.କେ, ସି ଆର.ପି, ଜି.ପି.ଏଲ.ଏଫ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଅଙ୍ଗନବାଡି କର୍ମୀ ଓ ଶହଶହ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିଲେ। ଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଟିକେଶ୍ବର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




