ଉତକେଲା ରେ ନୂଆଁଖାଇ ଭେଟଘାଟ...
ବଙ୍ଗୋମୁଣ୍ଡା,୧୭/୦୯ : ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ଉତକେଲା ଗ୍ରାମ ଠାରେ ନେତାଜୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ସଭାପତି ପ୍ରେମଲାଲ ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ମତ ବ୍ୟକ୍ତ କରିଥିଲେ।
Ad..
ଅନୁଷ୍ଠାନର ସମ୍ପାଦକ ତଥା ଅବସରପ୍ରାପ୍ତ ସୈନିକ ଯୁବରାଜ ମାଝୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।ୱାର୍ଡ ସଭ୍ୟ ଟଙ୍କଧର ମାଝୀ, ଗରିବ ସେନା ସଙ୍ଗଠନର ସଭାପତି ଆଇନଜିବୀ ଦିନେଶ ତାଣ୍ଡି,ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ବଲାଙ୍ଗିର ଜିଲା ସଭାପତି ଜୟନ୍ତ କୁମାର ସାହୁ,ଅବସରପ୍ରାପ୍ତ ସୈନିକ ଜୟ ନାରାୟଣ ସାହୁ,ସାମ୍ବାଦିକ ଅଶୋକ ନାରାୟଣ ଭୋଇ,ଫକୀର ଲୁହା,ପୁରୋହିତ ଛୁରା ତଥା ଅନୁଷ୍ଠାନର କୋଷାଧ୍ୟକ୍ଷ ବିଶମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
Ad..
ଅତିଥିଙ୍କୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ପରେ ଏକ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Ad..
ମୁନା ଭୋଇ,ସୁଦାମ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ବିଚାରକ ଭାବେ ସତ୍ୟ ନାରାୟଣ ସାହୁ,ବିଜୟ ସାହୁ ଦାୟିତ୍ୱ ତୁଲାଇଥିଲେ ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନୃତ୍ୟ ପରିବେଷିତ ହୋଇଥିଲା ।ନେତାଜୀ ଯୁବକ ସଂଘର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।
Edited by k.s thakur...




