ବରଗଡ଼ କ୍ୟାନ୍ସର ହସ୍ପିଟାଲ ସ୍ବପ୍ନ କେବେ ସାକାର ହେଵ !

ବରଗଡ଼ କ୍ୟାନ୍ସର ହସ୍ପିଟାଲ ସ୍ବପ୍ନ କେବେ ସାକାର ହେଵ !


ବରଗଡ଼,୧୭/୦୯ : ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ଖୋଲିଛି ସତ ହେଲେ କୌଣସି ସୁବିଧା ନଥିବା ଯୋଗୁଁ ଏହାର ଉଦେଶ୍ୟ ସାଧିତ ହୋଇପାରୁ ନଥିବା ଅଭିଯୋଗ କରି ବରଗଡ଼ ସିଟିଜେନ ଫୋରମ ପକ୍ଷରୁ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। 

             Ad..


ଯେଉଁ ଥିରେ କ୍ୟାନ୍ସର ରୋଗୀ ମାନେ ନାହିଁ ନଥିବା ହଇରାଣ ହେଉ ଥିବା ଦର୍ଶାଯାଇଛି। ଗତ ଫେବୃଆରୀ ମାସ ରେ ଏହି କ୍ୟାନ୍ସର ହସ୍ପିଟାଲର ଉଦଘାଟନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ଯାହାକି ୧୦୦ ଶଯ୍ୟା ବିଶିଷ୍ଟ ହେବା ସହ ସ୍ପେସିଆଲିଷ୍ଟ ଡାକ୍ତର, ଷ୍ଟାଫ, ଟେକ୍ନିସିଆନ ଯୋଗେଇଦେବାକୁ କୁହାଯାଇଥିଲା। 

            Ad..


ହେଲେ ଇତି ମଧ୍ୟରେ ୭ ମାସ ବିତି ଯାଇଥିଲେ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ ବୋଲି ଫୋରମ ର ସଦସ୍ୟ ରାଜେନ୍ଦ୍ର ସିକନ୍ଦର କହିଛନ୍ତି। କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର ହେଉ ଥିବା ରେଡ଼ିଓ ଥେରାପି, ଡୋଶିମେଟ୍ରି, ପ୍ୟାଟ ସ୍କାନ, ଓଟି,ସର୍ଜରୀ,ଆଇସିୟୁ ଇତ୍ୟାଦି କାର୍ଯ୍ୟକ୍ଷମ ହେଉ ନଥିବା ରୁ ରୋଗୀ ମାନେ ପ୍ରାଇଭେଟ କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।

Ad..


ସେହିପରି ପୂର୍ତ୍ତ ବିଭାଗ ର ନିରୀକ୍ଷଣରେ ହେଉଥିବା ହସ୍ପିଟାଲ ବିଲଡିଂ କାର୍ଯ୍ୟ ଏବେ ବି ଅସମ୍ପୂର୍ଣ ହୋଇ ରହିଛି ଯେଉଁଥିରେ ବିଜୁଳି ସଂଯୋଗ, ପାଣି ବ୍ୟବସ୍ଥା, ଆସବାବ ପତ୍ର ସମ୍ପୂର୍ଣ ହୋଇ ନାହିଁ ତେଣୁ ବରଗଡ଼ କ୍ୟାନ୍ସର ହସ୍ପିଟାଲ ପୂର୍ଣ୍ଣ ରୂପେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି। 

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ନିରୁପମା ଷଡ଼ଙ୍ଗୀ ଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ସିଟିଜେନ ଫୋରମ ଦାବୀ ଜଣାଇଛି। ଏହି ପ୍ରତନିଧି ଦଳରେ ରାଜେନ୍ଦ୍ର ସିକନ୍ଦରଙ୍କ ସହ ଯୁବ କଂଗ୍ରେସ ନେତା କିଶୋର ସାହୁ, ନିଖିଲ ପାଣିଗ୍ରାହୀ,ସାମ୍ବାଦିକ ଜିଭି ରାଓ, ଆପ୍ ନେତା ଭବାନୀ ସାହୁ, ଅସିତ କୁମାର ସାହୁ ଉପସ୍ଥିତ ଥିଲେ। ତୁରନ୍ତ କାର୍ଯ୍ୟକାରୀ ନହେଲେ ଆଗକୁ ବିରାଟ ଜନଆନ୍ଦୋଳନ କରିବାକୁ ଫୋରମ ଚେତାବନୀ ଦେଇଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post