ବରଗଡ଼ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ର ସମାରୋହ ଏବଂ ମହିଳା ସମ୍ମିଳନୀ...

ବରଗଡ଼ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ର ସମାରୋହ ଏବଂ ମହିଳା ସମ୍ମିଳନୀ...


(ଜିଲ୍ଲାର ପ୍ରତି ବ୍ଲକରୁ ସମ୍ମାନିତ ହେଲେ ୫ ଜଣ ସୁଭଦ୍ରା ହିତାଧିକାରୀ ଏବଂ ୫ ଜଣ ହିତାଧିକାରୀଙ୍କୁ ଦିଆଗଲା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ନିର୍ମାଣ ଆଦେଶ ପତ୍ର)

ବରଗଡ,୧୭/୦୯ : ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ  ସରକାରଙ୍କ “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଜନ୍ମ ଦିନ ଅବସରେ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀଙ୍କୁ ୧୨୫୦ କୋଟି ଟଙ୍କା ଦିବିଟି ମଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । 

Ad..


ଏହି ଅବସରରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଏବଂ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ସ୍ଥାନୀୟ ଲୋକ ପ୍ରତିନିଧି, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। 

           Ad..


କାର୍ଯ୍ୟକ୍ରମରେ ପ୍ରତି ବ୍ଲକରୁ ୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ମାନିତ କରିବା ସହ ୫ ଜଣ ଲେଖାଏଁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ହିତାଧିକାରୀଙ୍କୁ ନିର୍ମାଣ ଆଦେଶ ପତ୍ର ବଣ୍ଟନ କରଯାଇଥିଲା ଏବଂ ସ୍ଵଚ୍ଛ ଓ ସୁନ୍ଦର ବରଗଡ ପାଇଁ ସମସ୍ତେ ସ୍ଵଚ୍ଛତାର ଶପଥ ପାଠ କରିଥିଲେ।   

Ad..


ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ସଦର ବ୍ଲକ ଏବଂ ପୌରପରିଷଦ ଅନୁକୂଲ୍ୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟାକ ଶ୍ରୀ ଅଶ୍ଵିନୀ ଷଡଙ୍ଗୀ ଯୋଗ ଦେଇ ଯଶସ୍ଵୀ ପ୍ରଧାନ ମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କରିବା ସହ କହିଥିଲେ- ଆଜିର ଦିନଟି ସମଗ୍ର ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ଅଟେ। 

ଓଡ଼ିଶାର ମା'ମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଏବଂ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଯୋଜନାର ଶୁଭାରମ୍ଭ ହେବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ । ଆଜିଠାରୁ ରାଜ୍ୟରେ ମହିଳା ସଶକ୍ତିକରଣର ନୂଆ ଧାରା ଆରମ୍ଭ ହେଲା  । 

ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଏହି ଯୁଗାନ୍ତକାରୀ ଯୋଜନାରେ ଓଡ଼ିଶାର ମା'ମାନଙ୍କ ବ୍ଯାଙ୍କ ଖାତାକୁ ଡିବିଟି ଜରିଆରେ ସିଧାସଳଖ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ଯାହାକୁ କି ସେମାନେ ନିଜର ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ଭଳି କ୍ଷେତ୍ରରେ ବିନିଯୋଗ କରିପାରିବେ। 

ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗୀତା ମଧ୍ୟମରେ ମହିଳାଙ୍କୁ ସଚେତନ କରିବା ସହ ସମସ୍ତ ଯୋଗ୍ୟ ହିତାଧିକାରଙ୍କୁ ବୀନା ମୂଲ୍ୟରେ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂକଲ୍ପବୋଧ ।  

ବରଗଡ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହରପ୍ରସାଦ ଭୋଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେର୍ସିୟସ ଡୁଙ୍ଗଡୁଙ୍ଗଙ୍କ ମିଳିତ ନେତୃତ୍ଵରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ବରଗଡ଼ ଜିଲ୍ଲା ରେ ମୋଟ ୨୮୨୫୯୧ ଜଣ ହିତାଧିକାରୀ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ମତେ ଜଣାପଡିଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post