ବିକାଶ ମେଳା ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଦର୍ଶନୀ ଷ୍ଟଲ୍ ଉଦ୍ଘାଟିତ...
ବରଗଡ଼,୨୨/୦୯ : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ରାଜ୍ୟ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ମେଳା ରେ ଜିଲ୍ଲା ଶିକ୍ଷା ବିଭାଗ ର ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଛାତ୍ର ଛାତ୍ରୀ ଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ଏକ ପ୍ରଦର୍ଶନୀ ଷ୍ଟଲ୍ ଉଦ୍ଘାଟିତ ହୋଇ ଯାଇଛି।
Ad..
ତା ୨୨ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ଏହି ମେଳା ରେ ବିଭିନ୍ନ ବିଭାଗ ର ପ୍ରଦର୍ଶନୀ ଷ୍ଟଲ୍ ରହିଥିବା ବେଳେ ଶିକ୍ଷା ବିଭାଗ ର ଏହି ଷ୍ଟଲ୍ ରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବିବରଣୀ ସହିତ ଏଫ୍ ଏଲ ଏନ୍ ଟି ଏଲ ଏମ ସାମଗ୍ରୀ ସହିତ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ର ମଡେଲ ପ୍ରଦର୍ଶିତ ହୋଇଅଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର ସାହୁ ଙ୍କ ସମେତ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


