ଆକାଶବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ...
ବରଗଡ଼,୨୨/୦୯ : ବରଗଡ଼ ରେ ଗତ ରବିବାର ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁ ଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ସଂଘ ର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସଦସ୍ୟ ଅଶୋକ ସାହୁ ସଂଯୋଜନା କରିଥିବା ବେଳେ ସୁଦାମ ସାହୁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।
Ad..
ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଉମେଶ ବିଶ୍ଵାଳ ,ସଂଗୀତା ଦୀପ,ଲେଖିକା ସଂତୋଷିନି ନାଗ,ନମିତା ଦୀପ ଯାଦବ ,ସୁବୋଧ ଚନ୍ଦ୍ର ଗଡତିଆ,ବଳରାମ ପ୍ରଧାନ ସୁରେଶ ପ୍ରଧାନ ,ଗୋପବନ୍ଧୁ ପୁରୋହିତ ସୁରେଶ ମେହେର,ଅନିଲ କୁମାର ଖମାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନ ରେ ବରଗଡ଼ ସହର ରେ ଆକାଶ ବାଣୀ ଆନୁକୁଲ୍ୟରେ "ଆସ କଥାନି ସୁନମା" ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମତ ପ୍ରକାଶ କରି ଏହି କାର୍ଯ୍ୟକ୍ରମ ରେ ବରଗଡ଼ ସହରର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କୁ ସାମିଲ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।ପରିଷେଶ ରେ ବରିଷ୍ଠ ସଦସ୍ୟ ଜଗନ୍ନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...


