ସ୍ବାଧିନତା ସଂଗ୍ରାମୀଙ୍କ ଦାୟାଦକୂ ସମ୍ବର୍ଦ୍ଧିତ କଲେ ଯାତ୍ରା କଳାକାର...
ଅମ୍ବାଭୋନା ,୨୨/୦୯ : ସ୍ବାଧୀନତା ସଂଗ୍ରାମ ରେ ସହୀଦ ହୋଇଥିବା ବଲଭଦ୍ର ସିଂ ଦାଓଙ୍କ ଦାୟାଦ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଅନ୍ତରାଡୀ ଗ୍ରାମର ପ୍ରଦୀପ ସିଂ ଦାଓ ଙ୍କ ପରିବାରକୁ ରବିବାର ଦିନ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
Ad..
ଏହି ଅବସରରେ ସେ ସ୍ବାଧିନତା ସଂଗ୍ରାମୀ ବଳଭଦ୍ର ସିଂ ଦାଓ ଙ୍କ ଅଣନାତି ପ୍ରଦୀପ ସିଂ ଦାଓଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ସଂଗ୍ରାମୀ ଙ୍କ ଦାୟାଦ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଗଣନାଟ୍ୟ ର ହାସ୍ୟାଭିନେତା ମୁନ୍ନା ଭାଇ, ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ, ସାମ୍ବାଦିକ ଜୟସିଂହ ପଧାନ,ରଞ୍ଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...


