ବରଗଡ଼ ରୁ ନେପାଳ ଯାତ୍ରା ସାରି ଫେରିଥିବା ଯାତ୍ରୀ ମାନଙ୍କୁ ଭବ୍ୟ ସ୍ଵାଗତ...

ବରଗଡ଼ ରୁ  ନେପାଳ ଯାତ୍ରା ସାରି ଫେରିଥିବା ଯାତ୍ରୀ ମାନଙ୍କୁ ଭବ୍ୟ ସ୍ଵାଗତ...


ବରଗଡ଼,୨୨/୦୯ :  ଗତ  ୧୨.୦୯.୨୦୨୪ ଦିନ ପ୍ରାୟ ୯୦ ଜଣ ଯାତ୍ରୀ ଙ୍କୁ ନେଇ ନେପାଳ ଯାତ୍ରା ସାରି ଫେରିଥିବା ଯାତ୍ରୀ ମାନଙ୍କୁ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର, ସକାଳ ଖବରକାଗଜର ଜିଲ୍ଲା ପ୍ରତିନିଧି ସରୋଜ ଷଡ଼ଙ୍ଗୀ,ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ... 

             Ad..


ସମାଜସେବୀ ଶିବାନନ୍ଦ ମଟାରୀ  ସକୁଶଳେ ଫେରିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୱ।: ନଂ ୧୧ ର କାଉନସିଲର ସୁନନ୍ଦା ପଣ୍ଡା, ପଣ୍ଡିତ ହରିରାମ ପଣ୍ଡା, ପଣ୍ଡିତ ସପ୍ତା ଶତପଥୀ,ପଣ୍ଡିତ ନରସିଂହ ଶତପଥୀ , ସତ୍ୟ ନାରାୟଣ ପଣ୍ଡା ଆଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। 

ଶ୍ରୀ ହରୀରାମ ପଣ୍ଡା ଙ୍କ ନେତୃତ୍ବରେ ଏବଂ ସତ୍ୟ ନାରାୟଣ ପଣ୍ଡା ଓ ତୁଳସୀ ଚରଣ ଦାଶଙ୍କ ପ୍ରଚେଷ୍ଟାରେ ବରଗଡ଼ରୁ ଏହି ଯାତ୍ରୀଦଳ ନେପାଳ ଭ୍ରମଣରେ ଯାଇ ଫେରିଆସି ଥିବାରୁ ସମସ୍ତ ପରିବାର ବର୍ଗ ଆନନ୍ଦରେ ନିଜ ନିଜ ପରିଜନଙ୍କୁ ପାଛୋଟି ନେଇଥିଲେ । 

ଗତବର୍ଷ ମଇ ମାସରେ ଉତ୍ତରାଖଣ୍ଡ ଚାରିଧାମ ରେ ଏହିପରି ୮୫ ଜଣ ଯାତ୍ରୀ ଉତ୍ତରାଖଣ୍ଡ ଚାରିଧାମ ରେ ଯାଇ ସକୁଶଳେ ଫେରି ଆସିଥିଲେ। ଆଗାମୀ ଦିନରେ ଆଉ କେଉଁଠି କୁ ତିର୍ଥାଟନରେ ଯିବେ ସମସ୍ତ ଙ୍କୁ ସୂଚନା ପ୍ରଦାନ କରାଯିବ ବୋଲିି ଶ୍ରୀ ହରୀରାମ ପଣ୍ଡା କହିଥିଲେ । ବିଜେପୁର ରୁ ଆସି ଏହି ଯାତ୍ରା ଦଳରେ ସାମିଲ ହୋଇଥିବା ମାନସ ମିଶ୍ର ଙ୍କ ସହଯୋଗ ଅବିସ୍ମରଣୀୟ ।

ଏହି ଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା,ବିଜୟ କୁମାର ଦାଶ, ବୁଦ୍ଧଦେବ ବେହେରା, ସୁନୀଲ ପଣ୍ଡା,ହର ପ୍ରସାଦ ପଣ୍ଡା, ରମେଶ ରାଓତ, ମହାଦେବ ମେହେର,ରେଖା ମେହେର, ଜଗଦୀଶ ପାଢ଼ୀ, ଜ୍ୟୋସ୍ନା ବେହେରା, କମଳା ଦାଶ, କଲ୍ପନା ପଣ୍ଡା,ଗୀତା ପାଢ଼ୀ, ଜୟଶ୍ରୀ ପଣ୍ଡା,କୁନୀକା ରାଓତ, ଦୟାନିଧି ମିଶ୍ର, ପ୍ରେମଶୀଳା ମିଶ୍ର,ଗଙ୍ଗା ଭୂଷଣ ହୋତା, କୃଷ୍ଣ କୁମାର ମେହେର,ଅଭିଲିପ୍ସା ପଣ୍ଡା,ରୋଜା,ଆଭାନ୍ସ,ଓ ଆହୁରି ଅନେକ ଏହି ଯାତ୍ରାରେ ଭ୍ରମଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post