ପଦ୍ମପୁର ବାଦିମାଲ ଅଂଚଳ ରୁ ରେଞ୍ଜର ଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର...
ବରଗଡ଼,୨୫/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଅଂଚଳ ରେ ବଜ୍ରକାପ୍ତା ଉଦ୍ଧାର। ଆଜି ସକାଳୁ ପଦ୍ମପୁର ପାଟଣାଗଡ଼ ରାସ୍ତା ର ବାଦିମାଲ ଛକ ନିକଟ ରାସ୍ତା ଉପରେ ଏକ ବଡ ବଜ୍ରକାପ୍ତା ଯାଉଥିବା ସମୟରେ କିଛି ଯୁବକ ଦେଖି ଗୁପ୍ତ ଭାବରେ ରଖିବା ପାଇଁ ଯୋଜନା କରୁଥିବା ସମୟରେ ଜଣେ ଶ୍ରମିକ ପଦ୍ମପୁର ଠାରେ କାମ କରୁଥିବା ତାଙ୍କ ମାଲିକ ଙ୍କୁ ଉକ୍ତ ବିଷୟରେ ଜଣାଇବା ପରେ ତାଙ୍କ ମାଲିକ ବନବିଭାଗ ରେଞ୍ଜର ଙ୍କୁ ଖବର ଦେଇଥିଲେ।
Ad..
ପଦ୍ମପୁର ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତା କୁ ସେ ଅଂଚଳ ରୁ ଉଦ୍ଧାର କରିଥିଲେ । ପଦ୍ମପୁର ବନ ବିଭାଗ କାର୍ଯ୍ୟାଳୟ ପ୍ରାଣୀ ଚିକିତ୍ସାଳୟ ଡାକ୍ତର ଙ୍କ ପରାମର୍ଶକ୍ରମେ ଯତ୍ନ ନିଆଯାଉଛି ବୋଲି ରେଞ୍ଜର ସୁଦାମ ଜଗଦଲ୍ଲା ସୂଚନା ଦେଇଛନ୍ତି। ପ୍ରାୟ ସାଢେ ପାଞ୍ଚ କେଜି ଓଜନ ରହିଛି ବୋଲି ସୂଚନା ଦିଆଯାଇଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
forest department
latest news
latest update
padamapur
rescued rare animal


