ମୁଣ୍ଡ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ବିପଦ...

ମୁଣ୍ଡ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ବିପଦ...


ବରଗଡ଼,୨୫/୦୯ : ବିପଦରେ ରୋଗୀ । ଟାଟା ପାୱାର ର ଅବହେଳା ଯୋଗୁ ଅଯଥାରେ ବିପଦରେ ପଡିପାରନ୍ତି ସାଧାରଣ ଜନତା। ଜରୁରୀ କାଳୀନ ସେବା ସମୟରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିସ୍ଥିତି ଅସମ୍ଭାଳ ହୋଇପାରେ। ଏଭଲି ଏକ ବିପଦ ମୁଣ୍ଡ ଉପରେ ରହିଛି। 

Ad..


ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡୀୟ ସରକାରୀ ଡାକ୍ତରଖାନା ର ସମ୍ମୁଖରେ ଥିବା ଗେଟ ଉପରେ ୧୩୩ କେଭି ତାର ମୁଣ୍ଡ ଉପରେ ଓହଲି ରହିଛି ଯାହା ଯେ କୈାଣସି ସମୟରେ ବିପଦ ହୋଇପାରେ। 

ଟାଟା ପାୱାର  ବିଦ୍ୟୁତ ସେବାରେ ସୁଧାର ଆଣିବାକୁ କାର୍ଯ କରୁଛି ବୋଲି ବାହାଦୂରୀ ଦେଖାଉଥିବା ବେଳେ ମଝି ସହର ଭିତରେ ତାହା ପୁଣି ସର୍ବସାଧାରଣ ସ୍ଥାନ ଓ ଡାକ୍ତରଖାନା ର ମୁଖ୍ୟ ଗେଟ ଏହି ଗେଟ୍ ଦେଇ ସମସ୍ତ ଆମ୍ବୁଲାନ୍ସ ଯିବା ଆସିବା କରୁଛି। 

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଯେ ମୁଖ୍ୟ ରାସ୍ତା କଡ ଓ ସପ୍ତାହରେ ଦୁଇଥର ବଜାର ର ଲୋକ ଏହି ଓହ୍ଲାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ତଳେ ବ୍ଯବସାୟ କରନ୍ତି ଏଭଳି ଏକ ବିପଦ ପୂର୍ଣ ସ୍ଥିତି ରହିଥିଲେ ବି ଟାଟା ପାୱାର ବିଭାଗ କିମ୍ବା ସହରର ହମବଡା ନେତାଙ୍କ ନଜର ପଡୁନାହିଁ କି ବୋଲି ଆଲୋଚନା ଓ ସମାଲୋଚନା ହେଉଛି। ଯଦି ବିପଦ ମୃତ୍ୟୁ କୁ ମୁହାଇଲେ ଯାଇ ହମବଡା ନେତାମାନେ ଆଗକୁ ଆସିବେ କି ?





Report : Bijay ku sahu

Edited by k.s thakur...


Post a Comment

Previous Post Next Post