ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ଘଟଣାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୩ ଦଫା ଦାବିପତ୍ର...

ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ଘଟଣାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୩ ଦଫା ଦାବିପତ୍ର...


ବରଗଡ଼,୨୫/୦୯ : ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲାରେ ସମସ୍ତ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁକରି ତୁରନ୍ତ ଗିରଫ କରିବା ସହ ରାଜ୍ୟର ସମସ୍ତ ଥାନା ରେ ସିସି ଟିଭି ଲଗେଇବା ଓ ଏହି ଘଟଣାର ତ୍ୱରିତ ନ୍ୟାୟ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। 

         Ad..


ବୁଧବାର ବରଗଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶଙ୍କୁ ପାର୍ଟି ର ଜିଲ୍ଲା ସଭାପତି ଭବାନୀ ସାହୁଙ୍କ ନେତୃତ୍ୱରେ ତିନି ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୫ତାରିଖ ଦିନ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ କିଛି ଉଦଭ୍ରାନ୍ତ ଯୁବକ ମାନଙ୍କର ଦୌରାତ୍ମ୍ୟର ଶିକାର ହେବାପରେ ରାଜଧାନୀ ଉପକଣ୍ଠ ଭରତପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇ ଅତ୍ୟାଚାର ଶିକାର ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଜନମାନସକୁ ଗଭୀର ଭାବେ କ୍ଷତାକ୍ତ କରିଛି। 

ଏହି ଘଟଣା କୁ ଆମ୍ ଆଦମୀ ପାର୍ଟି ତରଫରୁ ପୀଡ଼ିତା ମହିଳା ଓ ସେନା ଅଧିକାରୀଙ୍କ ପ୍ରତି ପୋଲିସ ଦ୍ବାରା ହୋଇଥିବା ଅକଥନୀୟ ନିର୍ଯାତନାର କଡ଼ା ଶବ୍ଦରେ ନିନ୍ଦା କରିଯାଇଛି। ଏହି ଅବସରରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ, ଅମିତାଭ ପାତ୍ର, ଯୁବ ସଭାପତି ଅବିନାଶ ବାଗ, ନଗର ସମ୍ପାଦକ ଅସିତ ସାହୁ, ଅତାବିରା ବ୍ଲକ ସଭାପତି ଯଦୁମଣି ପ୍ରଧାନ, ଆଡ଼ଭୋକେଟ ରମେଶ ପତି, ମିଲୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post