ଆମ୍ବେଦକର ଯୋଦ୍ଧା ପ୍ରସ୍ତୁତି ବୈଠକ...
ପଦ୍ମପୁର,୦୨/୦୯ : ଆଜି ପାଇକମାଳ ବ୍ଲକ ନୃସିଂହନାଥ ରୋହିଦାସ ସମାଜ କଲ୍ୟାଣ ମଣ୍ଡବଠାରେ ଚକ୍ରଧର ଅଜଗର ଓ ପବିତ୍ର ସୁନାଙ୍କ ନେତୃତ୍ୱରେ ଆମ୍ବେଦକର ଯୋଦ୍ଧାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଶ୍ଵିନୀ ତାଣ୍ଡି ଙ୍କ ସଭାପତିତ୍ବ କରିଥିଲେ।
Ad..
ସର୍ବ ପ୍ରଥମେ ବିଶ୍ଵ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ଦୀପଦା ଓ ବୁଦ୍ଧ ବନ୍ଦନା ଗାନ ହୋଇଥିଲା। ସଭାପତି ମହେଶ ବାଗ, ଜିଲ୍ଳା ସଭାପତି କୁଶ ତାଣ୍ଡି, ଯୁବ ସମାଜ ସେବୀ ସୁଜନ ବାଗ, ଆଇନଜିବି ଧନରାଜ ଗୁର୍ଲା, ସୋମନାଥ ବାଗ, ଦେବଚନ୍ଦ୍ର ବାଗ ଓ ଝାରବନ୍ଧ ବ୍ଲକ ସଭାପତି ପ୍ରଦୀପ ଦୀପ ନିଜର ଅଭିଭାଷଣ ରଖିଥିଲେ।
Ad..
ସୁଶାନ୍ତ ଅଜଗର, ପରମେଶ ସୁନାନି, ଅରୁଣ କୁମ୍ଭାର, ଦିଲ୍ଲୀପ ସାଗର, ଜିତେନ୍ଦ୍ର ତାଣ୍ଡି, ୟୁଟ୍ୟୁବର ପ୍ରସାଦ ମହାଦେ, ଦୀପକ ରଂଜନ ନାଗ, ଗଜାନନ ସୁନା,କରୁଣ ସୁନାନି, ସୌକିଲାଳ ସତନାମୀ, ଅଭିମନ୍ୟୁ ଅଜଗର ଉପସ୍ଥିତ ଥିଲେ।
ପାଇକମାଳ, ପଦମପୁର ଓ ଝାରବନ୍ଧ ଅଞ୍ଚଳ ରେ ଲୋକ କେମିତି ସରକାରୀ ଯୋଜନାରୁ ନିଜର ହକ ଅଧିକାରରୁ ବଞ୍ଚିତ ନ ହେବେ ଓ ଲୋକମାନଙ୍କର ଅସୁବିଧା କିପରି ପ୍ରଶାସନ ପାଖକୁ ପହଞ୍ଚିବ ତାହା ଆଲୋଚନା କରା ଯାଇ ଆହୁରି ଅନେକ ବିଷୟରେ ପ୍ରସ୍ତାବ ଗୁଡ଼ିକ ନିଆ ଯାଇଥିଲା।
ନୃସିଂହନାଥ ଠାରେ ବୈଠକ ସମାପ୍ତ କରି ନୃତନ ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ଏବଂ ଦଳିତ ସମାଜ ଉପରେ ହେଉଥିବା ଅତ୍ୟାଚାର କୁ କିପରି ଭାବରେ ରୋକାଯାଇ ପାରିବ ତାହା ଆଲୋଚନା କରାଯାଇଥିଲା।
ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ "ଯିଏ ଅପରାଧ କରିବ ଆଇନ ଅନୁଯାୟୀ ଦଣ୍ଡ ପାଇବ" ବୋଲି କହିଥିଲେ। ଶେଷରେ ଜିଲ୍ଲା ସଭାପତି କୁଶ ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ।
Report : Bijay ku sahu
Edited by k.s thakur...



