ଗୁଡିଘାଟ ଇନ୍ଦିରା ଯୁବକସଂଘ ଦୂର୍ଗାପୂଜା କମିଟି ର ସାର୍ବଜନୀନ ଦୁର୍ଗାପୂଜା ପାଇଁ ପରିଚାଳନା କମିଟି ଗଠନ ସହିତ ପ୍ରସ୍ତୁତି ବୈଠକ...

ଗୁଡିଘାଟ ଇନ୍ଦିରା ଯୁବକସଂଘ ଦୂର୍ଗାପୂଜା କମିଟି ର ସାର୍ବଜନୀନ ଦୁର୍ଗାପୂଜା ପାଇଁ ପରିଚାଳନା କମିଟି ଗଠନ ସହିତ ପ୍ରସ୍ତୁତି ବୈଠକ...


ମୁରିବାହାଲ ,୦୨/୦୯ : ବଲାଙ୍ଗୀର  ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁଡିଘାଟ  ଇନ୍ଦିରା ଯୁବକସଂଘ   ଦୁର୍ଗାପୂଜା କମିଟି ର ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତୀ ବୈଠକ   ଅନୁଷ୍ଠିତ ହୋଇଯାଇଛି। 

               Ad..


ବୈଠକରେ ଗତବର୍ଷ ର ଆୟ ବ୍ୟୟ  ର ହିସାବ ସହିତ ଚଳିତ ବର୍ଷ ର ଆୟୋଜିତ ହେବା ଦୁର୍ଗାପୂଜା କୁ ମହାଆଡ଼ମ୍ବର ରେ ପାଳନ, ଆଲୋକ ମାଳା ରେ ସଜ୍ଜିତ, ଦର୍ଶକ ଙ୍କ ପାଇଁ ମନୋରଞ୍ଜନ ର କାର୍ଯ୍ୟକ୍ରମ କରାଯିବା ନେଇ ସଦସ୍ୟ ବୃନ୍ଦ ମତାମତ ରଖିଥିଲେ। 

          Ad..


ଏହି ଅବସରରେ ଚଳିତବର୍ଷର ଦୁର୍ଗାପୂଜା କୁ ସୂଚାରୁ ରୂପେ ସମ୍ପାଦନ କରିବାପାଇଁ ଏକ ପରିଚାଲନା  କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ଚଳିତ ବର୍ଷ ର ସଭାପତି ଭାବରେ ମକୁନ୍ଦ ବଗର୍ତ୍ତୀ, ଉପସଭାପତି  ସୌରଭ ସିଂ ମାଝୀ, ସମ୍ପାଦକ ମିଶ୍ର ସାହୁ, ଉମେସ ସେଠ, କୋଷାଧକ୍ଷ  ବ୍ୟସଦେବ ସା, ସହ କୋଷାଧକ୍ଷ ଆରୀୟନ ସିଂ ମାଝୀ, ଆକାଶ ପୁଟେଲ, ଙ୍କୁ ମନୋନୀତ କରାଯାଇଥିଲା। 

ଏହି ବୈଠକ ରେ ଇନ୍ଦୀରା ଯୁବକ ସଂଘ ର କର୍ମକର୍ତ୍ତା ଓ ଗୁଡିଘାଟ ଗ୍ରାମ ବାସୀ ଶେଷଦେବ ସା, ମନୋଜ ଧରୁଆ, ଅନ୍ତର୍ଯାମୀ ନାୟକ, କୌଷିକ ମାଝୀ, ଭୁବନ ପାଣ୍ଡେ, ପିଙ୍କୁ ମହାନ୍ତି, ତୁଫାନ କୁମାର ରାଓ, ସାରଥୀ ସେଠ, ମହେଶ୍ୱର ମେହେର, କାଳିଆ ସାହୁ,ଆନନ୍ଦ ସେଠ, ବିଶାଲ ସାହୁ,ଧନେଶ୍ୱର ରଣା, ରିଙ୍କୁ ସାହୁ, କୁର୍ତ୍ତୀ ନାଏକ, ଚନ୍ଦୁ ପୁଟେଲ, ଖୀରଦ୍ର ଚନ୍ଦ୍ର ସାହୁ, ପ୍ରିୟବ୍ରତ ବିଶି, ଶାନ୍ତାନୁ ମାଝୀ, ସୋନୁ ଖମାରି, ନବୀନ ରାଓ, ମଚିନ୍ଦ୍ର ସିଂ ମାଝୀ, ଗିରଧାରୀ ମହାନନ୍ଦ, ଟିକେରାମ ମାଝୀ, ରାଜେଶ ପୁଟେଲ, କୈବର୍ତ୍ତ ଭୋଇ,  ପ୍ରମୁଖ ବୈଠକ ରେ ସାମିଲ ଥିଲେ। ଶେଷରେ ଚଳିତ ବର୍ଷ ଦୁର୍ଗାପୂଜା କମିଟିର ସଭାପତି ମକୁନ୍ଦ ବଗର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





Edited by k.s thakur...

Post a Comment

Previous Post Next Post