ଶିକ୍ଷକ ଅଭାବରୁ ସ୍କୁଲରେ ତାଲା, ରାସ୍ତା କଡ଼ରେ ଛାତ୍ର ଛାତ୍ରୀ...

ଶିକ୍ଷକ ଅଭାବରୁ ସ୍କୁଲରେ ତାଲା, ରାସ୍ତା କଡ଼ରେ ଛାତ୍ର ଛାତ୍ରୀ...


ବରଗଡ଼,୦୨/୦୯ :  ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସାପଲହର ଗାଁ ରେ ଥିବା ସାପଲହର ସେବାଶ୍ରମ ର ହଷ୍ଟେଲ ରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ର ଛାତ୍ରୀ ଅଛନ୍ତି।

             Ad..


ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନଶିକ୍ଷକ ଙ୍କ ସମେତ ମୋଟ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ଫଳରେ ସ୍କୁଲ ରେ ଅତିକମରେ ୫ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବା ପାଇଁ ଗାଆଁ ର ସମସ୍ତ ଅବିବାବକ ଓ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। 

           Ad..


୧୧୪ ଜଣ ଛାତ୍ରୀ ମଧ୍ୟ ହଷ୍ଟେଲ ରେ ରହୁଥିବା ବେଳେ ପ୍ରଶାସନ ର ଅବହେଳା ଅସନ୍ତୋଷ ସୃଷ୍ଟି କରିଛି। ଆଜି ସ୍କୁଲ ଖୋଲିବା ସମୟରେ ସମସ୍ତ ଅବିବାବକ ପହଞ୍ଚି ସ୍କୁଲ ସମ୍ମୁଖରେ ତାଲା ଦେଇ ଶିକ୍ଷକ ନିଯୁକ୍ତି ଦାବି କରୁଛନ୍ତି। 

ଦୁଇମାସ ପୂର୍ବରୁ ବିଭାଗୀୟ ଅଧିକାରୀ ସମେତ ପାଇକମାଳ ବିଡ଼ିଓ, ପଦ୍ମପୁର ଉପଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଉକ୍ତ ବିଷୟରେ ଲିଖିତ ଭାବରେ ଜଣାଇଥିଲେ ବି କେହି କୈାଣସି କଥା ଶୁଣିଲେ ନାହିଁ ଫଳରେ ଆନ୍ଦୋଳନ କରିବାକୁ ପଡୁଛି ବୋଲି ଗ୍ରାମବାସୀ କହିଥିବା ବେଳେ ପୂର୍ବରୁ ନିଯୁକ୍ତ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଣିଥରେ ନିଯୁକ୍ତ କରାଗଲେ ସମସ୍ୟା ବହୁ ମାତ୍ରାରେ ସମାଧାନ ହୋଇପାରିବ କିନ୍ତୁ ପ୍ରଶାସନ ସ୍ତରରେ ଉଦ୍ୟମ ହେଉନଥିବା କିମ୍ବା ଗ୍ରାମବାସୀଙ୍କ ଅଭିଯୋଗ କୁ ଗୁରୁତ୍ବ ଦେଉନଥିବା ଯୋଗୁଁ...

ଅସନ୍ତୋଷ ବଢି ଶେଷରେ ଆନ୍ଦୋଳନ କରିବାକୁ ପଡ଼ିଛି ବୋଲି ଗ୍ରାମର ସରପଞ୍ଚ ସବିତା ସାହୁ, ସ୍କୁଲ ଚେୟାରମେନ ପ୍ରଦୀପ ପ୍ରଧାନ, ମେମ୍ବର ଶୁଶିଲ ସାହୁ, ବାଦିକଟା ସମିତି ସଭ୍ୟ ଦୁଷ୍ମନ୍ତ ପ୍ରଧାନ, ଦିଲ୍ଲିପ ପାଣି ଗିରି, ଗୀତାଞ୍ଜଳି ସରାଫ, ଚଞ୍ଚଳା ନେଗୀ, ଆରତୀ ସରାଫ, ରୋହିତ ପଟେଲ ପ୍ରମୁଖ ଙ୍କ ସମେତ ଗ୍ରାମବାସୀମାନେ ଓ ଅବିବାବକ ଅବିବାବିକା ମାନେ ଅଭିଯୋଗ କରି ତୁରନ୍ତ ସମସ୍ୟା ର ସମାଧାନ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ଯାପକ କରାଯିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post