ବରମକେଲାରେ ଭୂସ୍ଖଳନ :ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ...

ବରମକେଲାରେ ଭୂସ୍ଖଳନ :ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ...


ବରଗଡ଼,୦୨/୦୯ : ବରଗଡ଼ ଜିଲ୍ଲା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ସୀମାନ୍ତ ଛତିଶଗଡର ବରକେଲା ଅଞ୍ଚଳରେ ଆଜି ରବିବାରଦିନ ଭୂ ଖଲ୍ମନ ହୋଇ ଅଞ୍ଚଳରେ ଆତଙ୍କ ଖେଲିଯାଇଛି। ସୂଚନାଯୋଗ୍ଯ ଯେ ଛତିଶଗଡ ସାରଙ୍ଗଗଡ ବିଲେଇଗଡ ଜିଲ୍ଳା ଅନ୍ତର୍ଗତ ବରମକେଲା ଗ୍ରାମର ସାରଙ୍ଗଗଡ ରାସ୍ତା ଖୟରାନି ପଡ଼ାରେ କମଲା ସିଦାର ଘରର ଦ୍ବାରା ମଝିରେ ହଠାତ ସୁଡଙ୍ଗ ହୋଇଛି। 

             Ad..


ଯାହାକି ପ୍ରଥମରୁ ସୁଡଙ୍ଗ ଆକାର ପାଞ୍ଚଫୁଟ ପରିମିତ ଭିତରେ ଭୂସ୍ଖଳନ ଦେଖିବାକୁ ମିଲିଛି। ଧିରେ ସୁଡଙ୍ଗ ଆକାର ବଢିବାରେ ଲାଗିଛି ଏବଂ ଘର ବାରଣ୍ଡା ଦ୍ବାର ସିମେଣ୍ଟ ଚଟଣା ଭାଙ୍ଗି ସୁଡଙ୍ଗ ଭିତରକୁ ପଶିଯାଇଛି।ସେଠାରେ ପରିବାର ଜଣେ ବ୍ଯକ୍ତି ହଠାତ ଭୂସ୍ଖଳନ ଯୋଗୁଁ ସୁଡଙ୍ଗ ଭିତରକୁ ଖସି ପଡିଥିଲେ।

            Ad..


ଖସି ପଡିଥିବା ବ୍ଯକ୍ତିଙ୍କୁ ସ୍ଥାନୀୟ ପଡାବାସୀ ଓ ପରିବାର ଲୋକେ ଉଦ୍ଧାର କରିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟସ୍ତ ଘଟଣା ନେଇ ଏହା ଭୂ କମ୍ଫନର ପ୍ରାକ ସୂଚନା ବୋଲି ଅଞ୍ଚଳବାସୀ ମତପ୍ରକାଶ କରୁଛନ୍ତି। ତେବେ ଭୂସ୍ଖଳନ ନେଇ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଆତଙ୍କ ଖେଳିବା ସହିତ ପରିବାର ଲୋକେ ଭୟଭୀତ ରହିଛନ୍ତି। ସେଠାରେ ଦେଖାଣିହାରୀଙ୍କ ପ୍ରବଳ ଭୀଡ ଲାଗିରହିଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post