ନୁଆଁଖାଇ ପାଇଁ ତପୋବନ ର ଅନ୍ତେବାସୀ ଙ୍କୁ ପିଠା ପଣା ସାମଗ୍ରୀ ପ୍ରଦାନ କଲେ ଇନର ହ୍ଵିଲ କ୍ଲବ ବରଗଡ ସେଣ୍ଟ୍ରାଲ ର ସଦସ୍ୟା ମାନେ...

ନୁଆଁଖାଇ ପାଇଁ ତପୋବନ ର ଅନ୍ତେବାସୀ ଙ୍କୁ ପିଠା ପଣା ସାମଗ୍ରୀ ପ୍ରଦାନ କଲେ ଇନର ହ୍ଵିଲ କ୍ଲବ ବରଗଡ ସେଣ୍ଟ୍ରାଲ ର ସଦସ୍ୟା ମାନେ...


ବରଗଡ଼,୦୩/୦୯ : ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ପାଳନ ପାଇଁ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହୋଇ ପଡ଼ିଥିବାବେଳେ ସମସ୍ତେ ଏହି ପର୍ବକୁ ଉତ୍ସାହ ଉଦ୍ଧିପନା ସହ ଅପେକ୍ଷା କରିଛନ୍ତି। 

        Ad..


ତେବେ ଏହି ପର୍ବ ପାଳନ ରୁ ବରଗଡ଼ ଉପକଣ୍ଠସ୍ଥ ଚକରକେନ୍ଦ୍ ସ୍ଥିତ ଶାନ୍ତି ତପୋବନ ରେ ରହୁଥିବା ଅନ୍ତେବାସୀ ମାନେ ଯେପରି ବଞ୍ଚିତ ନହେବେ ସେଥିପାଇଁ ଇନର ହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ର ସଦସ୍ୟା ମାନେ ଆଜି ତାଙ୍କୁ ନୂଆଖାଇ ରେ ତିଆରି ହେଉଥିବା ପାରମ୍ପରିକ ପିଠାପଣା ର ପ୍ରସ୍ତୁତି ଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ସହ ସେମାନଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। 

          Ad..


ଏହି ସାମଗ୍ରୀ ଗୁଡିକ ମଧ୍ୟରେ ଚାଉଳ, ଡାଲି, ଚିନି, ତେଲ,ଗୁଡ଼, ମିଷ୍ଟାନ୍ନ,ଘିଅ, ଅଟା, ଅମୁଲ, ପନିପରିବା, ସାବୁନ, ସର୍ପ ସମେତ ବହୁ ଜିନିଷ ରହିଥିଲା । ଇନର ହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ର ସଭାନେତ୍ରୀ ଭାବନା ଅଗ୍ରୱାଲ ଙ୍କ ନେତୃତ୍ୱ ରେ ଉପସଭାନେତ୍ରୀ ଗୀତାଞ୍ଜଳି ମେହେର, ସମ୍ପାଦିକା ଅଫସନା ଲୋଧିଆ, ସହ ସମ୍ପାଦିକା ପିଙ୍କି ବଗର୍ତ୍ତୀ ଙ୍କ ସମେତ ସରିତା ସାହୁ, ରୀନା ଜିନ୍ଦଲ, ବିନିତା ଅଗ୍ରୱାଲ, ପାୟଲ ଲାଠ, ପ୍ରେମା ଲାଠ, କିରଣ ସୁରୁଜାଲ ଦୁର୍ଗା ପ୍ରିୟଦର୍ଶିନୀ ପ୍ରମୁଖ ତପୋବନ କୁ ଯାଇ ଏହି ସାମଗ୍ରୀ ସବୁ ପ୍ରଦାନ କରିଥିଲେ।

ତେବେ ଏହି ଆଶ୍ରମ ରେ ରହୁଥିବା ଅସହାୟ ଶିଶୁ ମହିଳା ବୃଦ୍ଧ ବୃଦ୍ଧା ତଥା ଦିବ୍ୟାଙ୍ଗ ମାନଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି କ୍ଲବ ର ସଦସ୍ୟା ମାନେ। ସୁଯୋଗ ମିଳିଲେ ଆଗକୁ ଆହୁରି ମଧ୍ୟ ଏହିପରି ସମାଜସେବା ମୂଳକ କାର୍ଯ୍ୟ କରାଯିବ ବୋଲି ଇନର ହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ର ସଭାନେତ୍ରୀ ଭାବନା ଅଗ୍ରୱାଲ କହିଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post