ଛିନ୍ଦେଇକେଲାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଚୟନ ପ୍ରକିୟା ପ୍ରସ୍ତୁତି ବୈଠକ ...
ପାଇକମାଳ,୦୩/୦୯ : ପାଇକମାଳ ବ୍ଳକ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟରେ ପାଇକମାଳ ବିଇଓ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ବରଗଡ଼ ଜିଲ୍ଲା ସ୍ତରୀୟ କ୍ରିକେଟ ଚୟନ ପ୍ରକିୟା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
Ad..
ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଚୟନ ପ୍ରକିୟାରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକରେ ଚୟନ ହୋଇଥିବା ଦଳଗୁଡିକ ଅଂଶଗ୍ରହଣ କରିବେ।
Ad..
ଏହି ବୈଠକରେ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ,ମାଳପଡା କ୍ଳଷ୍ଟର ସିଆରସିସି ସନ୍ତୋଷ କୁମାର ମେହେର,ମୁଣ୍ଡାପଲା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପତିତପାବନ ସାହୁ, ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଓ ରାଜିଂ ଷ୍ଟାର କ୍ରିକେଟ କ୍ଳବର ସମସ୍ତ ସଭ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
football tournament
latest
latest news
latest update
meeting
padampur
paikmaal



