ପଦ୍ମପୁର ଅଂଚଳ କୁ ୧୩ ଗୋଟି ଷ୍ଟେସନ ମାଧ୍ୟମରେ ଗଡିବ ରେଲ...

ପଦ୍ମପୁର ଅଂଚଳ କୁ ୧୩ ଗୋଟି ଷ୍ଟେସନ ମାଧ୍ୟମରେ ଗଡିବ ରେଲ...


ବରଗଡ଼,୦୪/୦୯ : ବରଗଡ଼ ରୁ ନୂଆପଡ଼ା ଭାୟା ପଦ୍ମପୁର, ନୃସିଂହନାଥ କୁ ଗଡିବ ରେଲ । ଗତ ୨୮ ତାରିଖ କେନ୍ଦ୍ର କ୍ୟାବିନେଟ୍ ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୋହର ମାରିବା ପରେ ବରଗଡ଼, ବିଜେପୁର ପଦ୍ମପୁର , ପାଇକମାଳ ଓ ନୂଆପଡ଼ା ଅଂଚଳ ରେ ଅଜଣା ଉତ୍ସାହ ଦେଖାଦେଇଛି। 

Ad..


ବରଗଡ଼ ଜଙ୍ଗସନ ଷ୍ଟେସନ ଠାରୁ ରେଲ ଲାଇନ ଆରମ୍ଭ ହୋଇ ସରସରା, ଡୁମେରପାଲି,ବିଜେପୁର ରୋଡ, ବାଦ ପାଲି ,ଧଉରାମୁଣ୍ଡା ପଦ୍ମପୁର ରୋଡ଼, ଜଗତପୁର ,ମାଝି ପାଲି,ପାଇକମାଳ ରୋଡ, ବରତୁଣ୍ଡା,ଅଏଲାଜୁବା,ହୋଇ ନୂଆପଡ଼ା ଜଙ୍ଗସନ ମୋଟ ୧୩ ଗୋଟି ଛୋଟ ବଡ ଷ୍ଟେସନ ହୋଇ ୧୩୮.୩ କିଲୋମିଟର ଅତିକ୍ରମ କରିବ। 

           Ad..


ଏଥିରେ ବିଜେପୁର, ପଦ୍ମପୁର ଓ ପାଇକମାଳ ତିନୋଟି ରୋଡ , ବରଗଡ଼ ଓ ନୂଆପଡ଼ା ଦୁଇଟି ଜଙ୍ଗସନ ଓ ଆଠଟି ଛୋଟ ଷ୍ଟେସନ ରହିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଆସନ୍ତା ୫ ବର୍ଷ ମଧ୍ୟରେ ମୋଟ ୨୯୨୬ କୋଟି ଟଙ୍କା ବିନିମୟରେ ରେଲଲାଇନ ୮୯ ଗୋଟି ମେଜର ବ୍ରିଜ, ୧୭୮ ଟି ଛୋଟ ପୋଲ ଓ ୯୧ ଗୋଟି ଫ୍ଲାଇଓଭର ତିଆରି ହେବାକୁ ପ୍ରସ୍ତାବ ରହିଥିବା ଜଣାପଡିଛି। 

ପ୍ରସ୍ତାବିତ ବରଗଡ଼ ରୁ ନୂଆପଡ଼ା ରେଲଲାଇନ ପଦ୍ମପୁର ବୁଢ଼ା ସମ୍ବର ଅଂଚଳ ର ଦିର୍ଘ ଦିନ ର ସ୍ବପ୍ନ ଥିଲା ଯାହା ବାସ୍ତବରେ ପରିଣତ ହେବାକୁ ଯାଉଛି। ଦଶନ୍ଧି ଦଶନ୍ଧି ଧରି ପଦ୍ମପୁର ଉପଖଣ୍ଡ ସମସ୍ତ ଦିଗପ୍ରତି ଅବହେଳିତ ହୋଇ ରହିଛି ଯାହା ଏହି ରେଲଲାଇନ ବାସ୍ତବିକ ରୂପେ ଛିଡ଼ା ହେଲେ ଅବହେଳିତ ବୁଢ଼ା ସମ୍ବର ଅଂଚଳ ପ୍ରତ୍ୟକ୍ଷ ରେ ନ ହେଲେ ବି ପରୋକ୍ଷ ରେ ସମସ୍ତ ଦିଗରୁ ସ୍ବାବଲମ୍ବୀ ହୋଇପାରି ବାର ନୂଆ ଆଶା ଦେଖା ଦେଉଛି । 

ଗମନାଗମନ ଖେତ୍ର ରେ ସିଧାସଳଖ, ସ୍ବାସ୍ଥ୍ୟ, ଶିକ୍ଷା,ଚାଷ, ବ୍ୟବସାୟ ଖେତ୍ର ରେ ଆଂଶିକ ଲାଭବାନ ହେବାର ଆଶା ରହୁଛି । ପଦ୍ମପୁର ଅଂଚଳ ର ଦିର୍ଘ ଦିନ ର ଦାବି କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଵିକୃତି ଆଜି ଏକ ଅଜଣା ଖୁସି ଆଣିଦେଇଛି। 

ଅଂଚଳ ର ପୂର୍ବତନ ବିଜେପି ବିଧାୟକ ତଥା ବର୍ତ୍ତମାନ ର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ପ୍ରତ୍ୟକ୍ଷ ଅବଦାନ, ସ୍ଥାନୀୟ  ଜନପ୍ରତିନିଧି ମାନଙ୍କ ସହଯୋଗ, ପାଇକମାଳ, ବିଜେପୁର ଓ ପଦ୍ମପୁର ଅଂଚଳ ର ନାଗରିକ କମିଟି ମାନଙ୍କ ଦାବି,ପୂର୍ବତନ ବିଜେପି ସାଂସଦ ସୁରେଶ ପୂଜାରୀ ଙ୍କ ଇଛା ପ୍ରଭୃତି ର ସମାହାର ଆଜି ଅଂଚଳ କୁ ବିକଶିତ କରିବା ପାଇଁ ପ୍ରେରଣା ଯୋଗାଇଛି। ଆଗକୁ ଏହି ରେଳ ପ୍ରକଳ୍ପ କେବେ କାର୍ଯଖ୍ଯମ ହେଉଛି ଓ ଏହାର ବାସ୍ତବିକ ତା ଓ ଉଦ୍ଦେଶ୍ୟ କିଭଲି ରହୁଛି ତାହା ଅଂଚଳବାସୀ ଦେଖିବାକୁ ବାକି ରହିଲା।




Report : Bijay ku sahu

Edited by k.s thakur...

3 Comments

  1. A long cherished wish of Padampur peoples is going to be fulfilled only for the tireless efforts of our most most abled & dinamic leader sri Pradip Purohit mostly famous among Padampurians as Kuna Bhai.

    ReplyDelete
  2. ମୋହନ ମାଝିOctober 24, 2024 at 8:47 PM

    କିଛି ହେବ ନାହିଁ ଏହା ଏକ ମିଛ ପ୍ରତିଶ୍ରୁତି । ପଶ୍ଚିମ ଓଡ଼ିଶାକୁ କିଛି ଦିଆ ଯିବ ନାହିଁ 👀😁

    ReplyDelete
  3. ମୋହନ ମାଝୀ ମିଛୁଆ

    ReplyDelete
Previous Post Next Post