ପଦ୍ମପୁର ଓକିଲ ସଂଘ ତରଫରୁ ୩୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ...
ପଦ୍ମପୁର,୧୧/୦୯ : ପଦ୍ମପୁର ରେ ୩୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ସ୍ଥାପନ ଉଦ୍ଦେଶ୍ୟରେ ଆଜି ଓକିଲ ସଂଘ, ପଦ୍ମପୁର ର ସଭାପତି ଆନନ୍ଦ କୁମାର ପଣ୍ଡା ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ଅତିରିକ୍ତ ଜିଲ୍ଲାପାଳ, ପଦ୍ମପୁର ଙ୍କ ଜରିଆରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ପଦ୍ମପୁର ଉପରେ ଆଖପାଖର ଯଥା ଛତିଶଗଡ଼, ନୁଆପଡ଼ା ଜିଲ୍ଲା, ବଲାଙ୍ଗିର ଜିଲ୍ଲାର ହଜାର ହଜାର ରୋଗୀ ସ୍ବାସ୍ଥ୍ୟସେବା ପାଇଁ ପଦ୍ମପୁର ଉପରେ ନିର୍ଭରଶୀଳ ଏବଂ ପଦ୍ମପୁର ଉପଖଣ୍ଡ ଏକ ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ଏହାର ଆବଶ୍ୟକତା ରହିଛି, ଏ ଅଞ୍ଚଳରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଲେ ଅଞ୍ଚଳର ଗରିବ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ।
Ad..
ଯେଉଁମାନଙ୍କ ପାଇଁ ମେଡ଼ିକାଲ ପାଠ ସ୍ବପ୍ନ ଖର୍ଚ୍ଚ ବହୁଳ ପାଇଁ, ଚିର ମରୁଡି ପ୍ରପୀଡ଼ିତ, ଅନୁନ୍ନତ ଅଞ୍ଚଳ ପଦ୍ମପୁର ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଏବେ ସବୁ ମହଲରେ ଦାବି ହେଉଛି, ଦାବିପତ୍ର ପ୍ରଦାନ ସମୟରେ ଓକିଲ ସଂଘର ଉପସଭାପତି ଶ୍ରୀ କେଶବ ସାହୁ,ସହ ସମ୍ପାଦକ ଶ୍ରୀ ରୋହିତ କୁମାର ଭୋଇ, ଶାନ୍ତନୁ ତ୍ରିପାଠୀ, ଆଦିତ୍ୟ ରଥ, ଗିରିବଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



