ଘୋଷାଡ଼ି ନେଲା କାର୍‌: ଜଣେ ମୃତ, ୨ ଜଣ ଗୁରୁତର...

ଘୋଷାଡ଼ି ନେଲା କାର୍‌: ଜଣେ ମୃତ, ୨ ଜଣ ଗୁରୁତର...


ବେଳପଡ଼ା,୧୧/୦୯ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ନୁନହାଡ ଗ୍ରାମରେ ନିଜ ଘର ଅଗଣାରେ ଛିଡା ହୋଇଥିବା ବେଳେ ୩ ଜଣ ଝିଅଙ୍କୁ ଏକ କାର୍‌ ଘୋଷାଡି ନେଇଛି। ଏହି ଅଭାବନୀୟ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ପରେ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟରାସ୍ତାକୁ ଲୋକେ ଅବରୋଧ କରିଛନ୍ତି। 

Ad..


ବେଲପଡା ବ୍ଲକ ନୁନହାଡ ନିକଟସ୍ଥ ସନସାଇନ ଢବା ମାଲିକ ସୁରେଶ ସାହୁ ନିଜ କାର (ଓଡି ୦୩ ଏସି ୩୭୭୧)ରେ ବେଲପଡା ପଟକୁ ଆସୁଥିଲେ। ନୁନହାଡ ଗ୍ରାମର ନିଜ ଘର ସମ୍ମୁଖରେ ଥିବା ପିଣ୍ଡାରେ ତିନି ଭଉଣୀ (ବୋଲେଶ୍ବରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମଝୀ) କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସୁରେଶଙ୍କ କାର ୩ ଜଣଙ୍କୁ ଘୋଷାଡି ନେଇଥିଲା।

           Ad..


ଫଳରେ ୩ ଭଉଣୀ ଗୁରୁତର ହୋଇ ପଡିଥିଲେ। ସେଠାରୁ ଗୁରୁତରମାନଙ୍କୁ ପ୍ରଥମେ ବେଲପଡା ସିଏଚସି ଓ ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ପାଟଣାଗଡ଼ରେ ପହଞ୍ଚିବା ବେଳକୁ ବୋଲେଶ୍ବରୀକୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି।

ସେହିପରି ପ୍ରତିମା ଓ ଦେମତିଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି। ବୋଲେଶ୍ବରୀଙ୍କ ମୃତ୍ୟୁ ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଏକତ୍ରିତ ହୋଇ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡିଛି। 

ଘଟଣାସ୍ଥଳରେ ଲୋକେ ଉତ୍ୟକ୍ତ ହୋଇ ପଡିଥିବା ବେଳେ ଘଟଣା ଭିଆଇ ଥିବା ବ୍ୟକ୍ତିକୁ ଗିରଫ କରିବା, ପରିବାରକୁ ଉଚିତ କ୍ଷତି ପୂରଣ ପ୍ରଦାନ କରାଯିବା  ଆଦି ଦାବି କରା ଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। 





Edited by k.s thakur...




Post a Comment

Previous Post Next Post