ଓଡିଶାବାସୀ ଙ୍କୁ ବିଜେପି ର ଧୋକା ବିରୁଦ୍ଧରେ ଆସନ୍ତା ୧୩ ତାରିଖ ରାଜଧାନୀରେ ଆମ୍ ଆଦମୀ ପାର୍ଟି କରିବ ପ୍ରତିବାଦ...
ବରଗଡ଼,୧୦/୦୯ : ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶୃତି ଦେଇ ଏବେ ନିଜ କଥା ରୁ ଓହରି ଯାଇ ଭାରତୀୟ ଜନତା ପାର୍ଟି ଓଡିଶାବାସୀ ଙ୍କୁ ଧୋକା ଦେଇଛି। ଯେପରି କି ରାଜ୍ୟର ସମସ୍ତ ମହିଳା ମାନଙ୍କୁ ଦୁଇ ବର୍ଷ ରେ ୫୦ ହଜାର ଟଙ୍କା ଦେବ, ବାର୍ଦ୍ଧକ୍ୟ ଭତ୍ତା ମାସକୁ ୩ହଜାର ଟଙ୍କା ଦେବ ଓ ପ୍ରତ୍ୟେକ ପରିବାରକୁ 300 ୟୁନିଟ ବିଜୁଳି ଫ୍ରି ରେ ଦେବ ବୋଲି ନିର୍ବାଚନୀ ଘୋଷଣା କରିଥିଲା ବିଜେପି।
Ad..
ହେଲେ ରାଜ୍ୟରେ ସରକାର ଗଠନ ହେବା ୩ ମାସ ପରେ ସବୁ ଓଲଟା କଥା କହୁଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ଏକ ଡିଜିଟାଲ ପ୍ରେସ ବାର୍ତ୍ତା ରେ ଜିଲ୍ଲା ଆବାହକ ଭବାନୀ ସାହୁ ଓ ସାଧାରଣ ସମ୍ପାଦକ ସ୍ୱରୂପ ଭୋଇ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଙ୍କ ବିଜୁଳି ଫ୍ରି ଦେବା ଘୋଷଣା ଉପରେ ଉପମୁଖ୍ୟମନ୍ତ୍ରୀ ବୟାନ...
Ad..
ଦେଲେ ଯେ ସରକାରଙ୍କ ଏଜେଣ୍ଡା ରେ ସେମିତି କିଛି ନାହିଁ ବୋଲି ସେହିପରି ବୃଦ୍ଧ, ବୃଦ୍ଧାଙ୍କ ପାଇଁ ୩ ହଜାର ଟଙ୍କା ଭତ୍ତା ଘୋଷଣା କରି ଏବେ ୮୦ ବର୍ଷୀୟ ଙ୍କ ପାଇଁ କେବଳ ୩୫ଶହ ଟଙ୍କା ଦେବାକୁ କହୁଛନ୍ତି ଯାହାକି ପ୍ରତାରଣା ଅଟେ।
ସେହିପରି ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ର ସମସ୍ତ ମହିଳାଙ୍କୁ ଦୁଇ ବର୍ଷ ରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ସେଥିରେ ଅନେକ କଟକଣା ଲଗାଇ ସୁଭଦ୍ରା ଯୋଜନା ରେ ଆବେଦନ ପାଇଁ ମହିଳାଙ୍କ ଲମ୍ବା ଲମ୍ବା ଲାଇନ ଲଗେଇ ହଇରାଣ କରୁଛନ୍ତି।
ଏହି ତିନୋଟି ବିନ୍ଦୁ ଉପରେ ଓଡିଶାବାସୀଙ୍କୁ ବିଜେପି ଦେଇଥିବା ଧୋକା ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଆସନ୍ତା ୧୩ ତାରିଖ ରେ ରାଜଧାନୀ ଭୁବନେଶ୍ୱର ରେ ପ୍ରତିବାଦ କରିବ ବୋଲି ସୂଚନା ଦେଇଛନ୍ତି ଓ ସମସ୍ତଙ୍କୁ ଏହି ପ୍ରତିବାଦ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି।
Report : Bijay ku sahu
Edited by k.s thakur...



