ବରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଖେଦାପାଲି କୁ ଯାଇଥିବା ସାଂସଦ ଓ ବିଧାୟକ ହଟହଟା...

ବରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଖେଦାପାଲି କୁ ଯାଇଥିବା ସାଂସଦ ଓ ବିଧାୟକ ହଟହଟା...



(ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେନ ସମସ୍ୟା କୁ ନେଇ ଗ୍ରାମବାସୀ ଉତ୍ତେଜିତ )

ବରଗଡ଼,୨୬/୦୮ : ବରଗଡ଼ ସହରରୁ ୮କିଲୋମିଟର ଦୂର ଟୁକୁର୍ଲ୍ଲା ମୌଜାରେ ଗଢି ଉଠିଥିବା ନୂତନ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରୁ ନିର୍ଗତ ହେଉଥିବା ମଇଳା ପାଣିକୁ ନେଇ ଆଜି ଟୁକୁର୍ଲ୍ଲା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । 

Ad..


ଗ୍ରାମରୁ ଶତାଧିକ ମହିଳା ପୁରୁଷ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଦ୍ୱାରରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିଲା । ଆନ୍ଦୋଳନ କାରୀ ଯୁବକ ମାନେ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କୁ ନେଇ ବିଭିନ୍ନ ନାରବାଜି କରୁଥିବା ନଜିର ରହିଥିଲା । 

          Ad..


ସୂଚନା ମୁତାବକ ବରଗଡ଼ ଜିଲ୍ଲା ଟୁକୁର୍ଲ୍ଲା ମୌଜା ରେ ଗଢି ଉଠିଥିବା ମୁଖ୍ୟ ଚିକିତ୍ସାଳୟ ଅପର ପାର୍ଶ୍ୱରେ ଟୁକୁର୍ଲ୍ଲା ଗ୍ରାମ ରହିଛି ଓ ଏକ ବିରାଟ ଜଳାଶୟ ରହିଅଛି ଯାହାର ପରିଧି ସୀମା ପ୍ରାୟ ୮୪ଏକର ରୁ ଅଧିକ ଅଟେ । ତିନି ହଜାର ଜଣ ସଂଖ୍ୟା ବିଶିଷ୍ଟ ଉକ୍ତ ଗ୍ରାମ ଏହି ଜଳାଶୟ ଉପରେ ନିର୍ଭରଶୀଳ ଅଟନ୍ତି । 

ଏହି ଜଳାଶୟର ପାଣି ଗ୍ରାମବାସୀଙ୍କ ନିତିଦିନିଆ ବ୍ୟବହାର ତଥା ପୂଜା ପାଠ ପ୍ରତ୍ୟକ କାର୍ଯ୍ୟରେ ବ୍ୟବହାର ହୋଇଥାଏ କିନ୍ତୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିର୍ଗତ ଡ୍ରେନ ପାଣି ସିଧାସଳଖ ଆସି ଏହି ଜଳାଶୟ ରେ ମିଶୁଥିବା କାରଣରୁ ଉକ୍ତ କଟା ର ପାଣି ବ୍ୟବହାର ଅନୁପଯୋଗୀ ହୋଇ ଯାଇଛି । 

ପାଣିରେ ବ୍ୟବହୃତ ବେଣ୍ଡିଜ କପଡା, ସଲାଇନ ବୋତଲ ଭଳି ଅନେକ ସାମଗ୍ରୀ ଭାସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ପାଣିରେ ପୋକ ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । 

ଅନ୍ୟପଟେ ଉକ୍ତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ର  ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାର କୌଣସି ସମାଧାନ ବାହାର ନକରି ଜିଲ୍ଲା ପ୍ରଶାସନ କେବଳ ସମୟ ଗଡାଇ ଚାଲିଛି ଯାହାକୁ ନେଇ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ଓ ଟୁକୁର୍ଲ୍ଲା ଗ୍ରାମର ଶତାଧିକ ଯୁବକ, ମହିଳା, ପୁରୁଷ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ଦ୍ୱାରରେ ଛିଡ଼ାହୋଇ ଆନ୍ଦୋଳନ କରିଥିଲେ । 

ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ CT scan ମେସିନ ଉଦ୍ଘାଟନ ପାଇଁ ଆସିଥିବା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ବରଗଡ଼ ବିଧାୟକ, ଅତାବିରା ବିଧାୟକ ଓ ବରଗଡ଼ ସାଂସଦ ଙ୍କ ଠାରେ ଲୋକେ ଫେରାଦ ହୋଇଥିଲେ ଓ ଅସୁବିଧା ବିଷୟରେ କହିଥିଲେ ମାତ୍ର କେତେକ ବିଜେପି କର୍ମୀ ପୂର୍ବ ସରକାରଙ୍କୁ କାହିଁକି କହିଲ ନାହିଁ କହି ଯୁକ୍ତି ବଢିବାରୁ କିଛି ସମୟ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋବାସହ ଉପସ୍ଥିତ ସାଂସଦ ଓ ବିଧାୟକ ମାନଙ୍କୁ ହଟହଟାଦେଖିବାକୁ ପଡ଼ିଥିଲା । 

ଘଟଣା ସ୍ଥଳରେ  ବରଗଡ଼ ପୂର୍ତ୍ତ ବିଭାଗର  ମୁଖ୍ୟ ଯନ୍ତ୍ରୀ ପହଞ୍ଚି କହିଥିଲେ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଚାରି କୋଟି ଟଙ୍କା ବ୍ୟୟରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଆରମ୍ଭ ହେବାକୁ ଯାଉଛି ଯାହା ଫଳରେ ଆଗାମୀ ଦିନରେ ଉକ୍ତ ଡ୍ରେନ ସମସ୍ୟା ରହିବ ନାହିଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିର୍ଗତ ସମସ୍ତ ଆବର୍ଜନା ପାଣି ଉକ୍ତ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ବିଶୁଦ୍ଧିକରଣ ହେବା ପରେ ବାହାରକୁ ଛଡ଼ାଯିବ ଯାହା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ  ହେବାରେ ପାଞ୍ଚ ମାସ ସମୟ ଲାଗିବ । 

ଏହାକୁ ଶୁଣିବା ପରେ ଗ୍ରାମବାସୀ ଆନ୍ଦୋଳନ ରୁ ଅହରି ଯାଇଥିଲେ । ଆସନ୍ତା ଦିନରେ ଏହାର ସମାଧାନ ନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇ ଫେରିଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post