ସପ୍ତାହକୁ ଥରେ ରବିବାର ଦିନ ସାଇ ମଲ୍ଲଟି ହସ୍ପିଟାଲ ଓ ମାରବାଡି ମହିଳା ସମିତି ତରଫରୁ ଭୋଜନ ପ୍ରଦାନ...

ସପ୍ତାହକୁ ଥରେ ରବିବାର ଦିନ ସାଇ ମଲ୍ଲଟି ହସ୍ପିଟାଲ ଓ ମାରବାଡି ମହିଳା ସମିତି ତରଫରୁ ଭୋଜନ ପ୍ରଦାନ...


ବରଗଡ଼,୧୮/୦୮ : ପ୍ରତ୍ୟେକ ରବିବାର ଦିନ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଙ୍କୁ ମାଗଣାରେ ଭୋଜନ ପ୍ରଦାନ କରାଯାଇ ଘରୋଇ ଡାକ୍ତରଖାନା ରେ ମାଧବ ସେବାର ପରମ୍ପରା ସୃଷ୍ଟି କରିଛନ୍ତି ବରଗଡ଼ ର ଦୁଇ ଡାକ୍ତର ଦମ୍ପତ୍ତି। 

                 Ad..


ବରଗଡ଼ ଭଟଲି ଛକ ଠାରେ ଥିବା ସାଇ ମଲ୍ଲଟି ହସ୍ପିଟାଲ ଓ ମାରବାଡି ମହିଳା ସମିତି ର ମିଲିତ ସହଯୋଗ ରେ ଘରୋଇ ଡାକ୍ତରଖାନା ସାଇ ମଲ୍ଲଟି ହସ୍ପିଟାଲ ରେ ପ୍ରତ୍ୟେକ ରବିବାର ଦିନ ମଧ୍ୟାହ୍ନ ସମୟରେ ଡାକ୍ତରଖାନା ରେ ଯେତିକି ଲୋକ ଉପସ୍ଥିତ ଥିବେ ସମସ୍ତ ଙ୍କୁ ଅର୍ନ୍ନ ବଣ୍ଟନ କରାଯାଉଛି। 

Ad..


ବରଗଡ଼ ର ପ୍ରସିଦ୍ଧ ଡାକ୍ତର ପ୍ରବୀଣ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ଡାକ୍ତର ଅର୍ଚ୍ଚନା ଅଗ୍ରୱାଲ ଙ୍କ ଉପସ୍ଥିତି ରେ ମାରବାଡି ମହିଳା ସମିତି ସଂଗଠନ ସହଯୋଗ ରେ ସମସ୍ତ ରୋଗୀ ତାଙ୍କ ପରିଜନ ଙ୍କ ସହ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ଜନସାଧାରଣ ଙ୍କୁ ଭାତ, ଡାଲି ଓ ତରକାରୀ ଭୋଜନ ବଣ୍ଟନ କରି ସମସ୍ତେ ଏକାଠି ଖାଇବା ପରମ୍ପରା ସୃଷ୍ଟି କରି ଘରୋଇ ଡାକ୍ତରଖାନା ରେ ମାନବ ସେବା ହିଁ ମାଧବ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। 

ଅନ୍ତତଃ ସପ୍ତାହ ରେ ଥରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ପରିଜନ ଙ୍କ ସହ ଏକାଠି ଖାଇବା ଓ ସେବା ଯୋଗାଇବା ଡାକ୍ତର ଓ ତାଙ୍କ ପରିବାର ସମେତ ମାରୱାଡ଼ି ମହିଳା ଶାଖା ର ସମସ୍ତ ଙ୍କୁ ଏକ ଖୁସି ପ୍ରଦାନ କରୁଛି ବୋଲି ଡାକ୍ତର ଅର୍ଚ୍ଚନା ଅଗ୍ରୱାଲ କହନ୍ତି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post