ମହିମା ପୀଠ ସମ୍ମୁଖ ରାସ୍ତାରୁ ବାଇକ ସହ ୨୦ କେଜି ଗଂଜେଇ ଜବତ...

ମହିମା ପୀଠ ସମ୍ମୁଖ ରାସ୍ତାରୁ ବାଇକ ସହ ୨୦ କେଜି ଗଂଜେଇ ଜବତ...


ଅମ୍ବାଭୋନା,୧୮/୦୮ : ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅଧିନସ୍ଥ ଚିଚୋଲି -ଭୁକ୍ତା ମହିମାଶ୍ରମ ସମ୍ମୁଖ ବାଇ ପାସ ରାସ୍ତା ଉପରେ ଏକ ପ୍ଳାଷ୍ଟିକ କେରେଟରେ ପଲିଥିନ ବ୍ୟାଗ ଭର୍ତ୍ତି ଗଞେଇ ବୋଝେଇ ଗାଡି ଛାଡି ଦୁର୍ବୁତ୍ତ ଫେରାର ମାରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

              Ad..


ଏ ନେଇ ଅମ୍ବାଭୋନା ଥାନା ରେ କେଶ ନଂ ୧୫୨/୨୦୨୪ ରେ ଅଜଣା ଦୁର୍ବୁତ୍ତ ଙ୍କ ନାମରେ ୨୦ ବି,   ଏନ.ଡି.ପି.ଏସ ମାମଲା ରୁଜୁ ହୋଇଛି। ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନରେ ଅମ୍ବାଭୋନା ପୋଲିସ କୋୖଣସି ସୁତ୍ରରୁ ଖବର ପାଇ ଚିଚୋଲି -ଭୁକ୍ତା ମହିମାଶ୍ରମ ନିକଟସ୍ଥ ବାଇପାସ୍ ରାସ୍ତା ଉପରେ  ସି.ଜି ୧୩ ୟୁ.ଡି ୫୩୦୨ ନମ୍ବର ବିଶିଷ୍ଟ ଏକ ହିରୋ ଏତ.ଏଫ ଡିଲକ୍ସ   ମୋଟର ସାଇକେଲରେ ଗଞେଇ ଭର୍ତ୍ତି କେରେଟ ସହ ରଖି ସଂପୃକ୍ତ ବାଇକ ଆରୋହୀ ଚମ୍ପଟ ମାରିଥିବା ସୁଚନା ପାଇଥିଲେ। 

Ad..


ଖବର ପାଇ ଅମ୍ବାଭୋନା ପୋଲିସ ସବ ଇନସ୍ପେକ୍ଟର ତୁଲସୀରାମ ଶବର ସହ ଏକ ଟିମ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ତଦନ୍ତ କରିଥିଲେ।କେରେଟ ଭିତରେ ଗଞେଇ ଥିବା ଜଣାପଡ଼ିବା ପରେ ଅମ୍ବାଭୋନା ତହସିଲଦାର ଆନନ୍ଦ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଥାନାଧିକାରୀ ବିପିନ ବାଗ ୨୦କେଜି ଗଞେଇ ଜବତ କରିବା ସହ ବ୍ୟବହୃତ ବାଇକ କୁ ଜବତ କରିଛି ଅମ୍ବାଭୋନା ପୋଲିସ।ଖୁବ ଶୀଘ୍ର ଆସାମୀକୁ ଗିରଫ କରାଯିବାକୁ ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ପ୍ରତିଶୃତି ଦେଇଛନ୍ତି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post