୨୧ ମହାବନ୍ଦ ପାଇଁ ପଦ୍ମପୁର ଠାରେ ପ୍ରସ୍ତୁତି ବୈଠକ...
ବରଗଡ଼,୧୮/୦୮ : ସୁପ୍ରିମକୋର୍ଟ ଦେଇଥିବା ଏସ.ସି ଓ ଏସ.ଟି ଆରକ୍ଷଣ ତାଳିକାରେ କ୍ରିମିଲେୟର ଓ ଉପ ବର୍ଗୀକରଣ କରି ସଂରକ୍ଷଣ ବ୍ୟବସ୍ତା କୁ ବନ୍ଦ କରିବାର ଷଡ଼ଯନ୍ତ୍ର ବିରୋଧ ରେ ଆସନ୍ତା ୨୧ ତାରିଖ ବୁଧବାର ଦିନ ହେବାକୁ ଥିବା ଭାରତ ବନ୍ଦ ପାଳନ ପାଇଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ମିଳିତ ମଞ୍ଚ ପଦ୍ମପୁର ତରଫରୁ ପଦ୍ମପୁର ଟାଉନହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Ad..
ଏହି ସଭାକୁ କୁ ଗୋପବନ୍ଧୁ ଶିକା ପରିଚାଳନା କରିଥିବାବେଳେ ଏହି ସଭାରେ ପଦ୍ମପୁର ଉପଖଣ୍ଡ ର ୪ ଟି ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ସମସ୍ତ କର୍ମକର୍ତା ମାନେ ଯୋଗ ଦେଇଥିଲେ। ପଦ୍ମପୁର ଉପଖଣ୍ଡର ସମସ୍ତ ସରକାରୀ ତଥା ବେଶରକାରୀ ଅନୁଷ୍ଠାନ ଦୋକାନ ବଜାର ଯାନ ବାହନ ବନ୍ଦ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତି ନିଆଯାଇଛି।
Ad..
ଉକ୍ତ ବୈଠକ ରେ ନିଷ୍ପତି ନିଆଗଲା ଯେ ୨୧ ତାରିଖ ବୁଧବାର ଦିନ ବନ୍ଦ ପାଇଁ ଏକ ପରିଚାଲନା କମିଟି ଚୟନ କରାଯାଇଥିଲା। ସେହି କମିଟିରେ ସଭାପତି ଭୋଜରାଜ ବାଗ ଉପସଭାପତି ନୀଳମଣି ବରିହା ସଂପାଦକ ରଘୁନନ୍ଦନ ଦେଓ ସହ ସଂପାଦକ ଚନ୍ଦ୍ରହାସ୍ୟ ଜାଲ କୋଷାଧ୍ୟକ୍ଷ ଅଚୁତା ନନ୍ଦ ଓ ସଦସ୍ୟ ଭାବେ ନବ ବରିହା, ବିସ୍ୱାମ୍ବର ଭୋଇ, ପ୍ରଦୀପ ମହାନନ୍ଦ, କରୁଣା ବରିହା, ଗୋପବନ୍ଧୁ ଶିକା, ମୋତିଲାଲ ବାଗ ଚୟନ ହୋଇଥିଲେ।
ଏହି ମିଟିଙ୍ଗରେ ବିଂଝାଲ ସମାଜ, ସଂରା ସମାଜ, ଗୋଣ୍ଡ ସମାଜ, ବଂଜାରା ସମାଜ, କନ୍ଧ ସମାଜ, ଗଣ୍ଡା ସମାଜ, ଘାସୀ ସମାଜ, ଚମରା ସମାଜ ସମସ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ର ସଂଗଠନର ସଦସ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ମୁଳ ନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟର ସାଂସ୍କୃତିକ ସଭାପତି ଗୋବର୍ଦ୍ଧନ ଛତ୍ତର ଧନ୍ୟବାଦ ଦେଇଥିଲେ।
Report : Bijay ku sahu
Edited by k.s thakur...



