ଗୋଧସ୍ ଜଳପ୍ରପାତରେ କଣ୍ଟାବାଞ୍ଜି ଯୁବକ ନିଖୋଜ...
ନୂଆପଡ଼ା,୨୦/୦୮ : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅର୍ନ୍ତଗତ ଗୋଧସ୍ ଜଳପ୍ରପାତରେ ଆଜି ଜଣେ ଯୁବକ ଗୋଧୋଇବାକୁ ଯାଇ ନିଖୋଜ ହୋଇଛନ୍ତି। ଖବର ପାଇ ନୂଆପଡ଼ା ଅଗ୍ନିଶମ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖୁଛନ୍ତି। ନିଖୋଜ ଯୁବକ ହେଲେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଆନନ୍ଦ ନଗରର ସୁନ୍ଦରସେନ ଗୁରୁ।
Ad..
ସୂଚନା ଅନୁସାରେ, ରାଖି ପୂର୍ଣ୍ଣିମା ଅବସରରେ ଭଉଣୀ ଓ ଭିଣୋଇ କଣ୍ଟାବାଞ୍ଜିକୁ ଆସିଥିଲେ। ଗତକାଲି ଭିଣୋଇ ଅମରେଶ ଷଡ଼ଙ୍ଗୀ, ଭାଇ ମହନ ଗୁରୁ, ଡ୍ରାଇଭର ଅକ୍ଷୟ ଧରୁଆ ସହ ଗୋଟିଏ କାର ଯୋଗେ ଅପରାହ୍ନ ୩ଟାରେ ବୁଲିବାକୁ ଗୋଧସ ଜଳ ପ୍ରପାତ କୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ସୁନ୍ଦରସେନ ଗଭୀର ପାଣିକୁ ପଶି ଯାଇ ନିଖୋଜ ହୋଇଯାଇଥିଲେ।
Ad..
ଏନେଇ ଭିଣୋଇ ଶ୍ରୀ ଷଡ଼ଙ୍ଗୀ ଧରମବନ୍ଧା ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନାଧ୍ୟାକାରୀ ଟଙ୍କଗିରି ଭୋଇ, ଏସଆଇ ବିନୋଦ ସେଠୀ, ବୃନ୍ଦାବନ ପୁରୋହିତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ତେବେ ସେଠାରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ସନ୍ଧ୍ୟା ୬ଟା ସୁଦ୍ଧା ସୁନ୍ଦରସେନଙ୍କ କୌଣସି ପତ୍ତା ମିଳିନଥିଲା।ଅଗ୍ନିଶମ ଓ ପୁଲିସ ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ଜାରି ରଖି ଥିବା ବେଳେ ନିଖୋଜ ଯୁବକ ର କୌଣସି ପତା ମିଳି ନ ଥିବା ଜଣା ପଡ଼ିଛି।
ପ୍ରକାଶଥାଉକି, ୨୦୨୨ ନଭେମ୍ବର ୧୧ ତାରିଖ ଗୋଡ଼ଫୁଲା ଗ୍ରାମର ଡ୍ରାଇଭର ରାମକିଷାନ ରାଉତ ଏଠାରେ ନିଖୋଜ ହୋଇଥିଲେ । ୧୬ ସେପ୍ଟେମ୍ବର ୨୦୨୧ରେ ନୂଆପଡ଼ା ବିଦେଶୀ ମଦ ଦୋକାନରେ କାମ କରକୁଥିବା ୩ଜଣ ଯୁବକ ନିଲେଶ ସିଂ, ଅମିତ କୁମାର ଗୁପ୍ତା ଓ ରାଜକୁମାର ଗୁପ୍ତା ଗଣେଶ ବିସର୍ଜନ ବେଳେ ନିଖୋଜ ହୋଇଯାଇଥିଲେ।
ସେହି ପରି ୨୦୨୧ ସେପ୍ଟେମ୍ବର ୨୪ରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ପିପେଲଛେଣ୍ଡ ଥାନା ଥୁଆପାନୀ ଗ୍ରାମର ପ୍ରେମୀଯୁଗଳ ଧନିରାମ ଅଟି, ପ୍ରେମିକା ଦେମତୀ ସୋରୀ ଜଳ ପ୍ରପାତରେ ଡେଇଁ ନିଖୋଜ ହୋଇଥିଲେ। ଗତକାଲି ପୁଣି ଜଣେ ଯୁବକ ନିଖୋଜ ହେବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଗୋଧସ୍ ଉପରେ ପର୍ଯ୍ୟଟକଙ୍କ ଯିବା ଉପରେ କିଛି ନିୟମ ଲାଗୁକରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
Report : Braja mohanty
Edited by k.s thakur...



