ବରଗଡ଼ ଜିଲ୍ଲାବ୍ଯାପୀ ବନ୍ଦ୍ ପାଳନ...

ବରଗଡ଼ ଜିଲ୍ଲାବ୍ଯାପୀ ବନ୍ଦ୍ ପାଳନ...


ବରଗଡ଼,୨୧/୦୮ : ଭାରତ ରେ ଏସ୍.ସି, ଏସ୍.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ ଦର୍ଶାଇ ଆଜି ଭାରତ ବନ୍ଦ୍ ଡାକରା ରେ ସମଗ୍ର ବରଗଡ଼ ଜିଲ୍ଲାର ୧୨ ଗୋଟି ବ୍ଲକ ର ଏସ୍ ସି ଓ ଏସ୍ ଟି ଜାତିର ମିଲିତ ଜନସାଧାରଣ ଏକଜୁଟ ହୋଇ ଭାରତ ବନ୍ଦ୍ କୁ ସଫଳତା ଦେଇଛନ୍ତି। 

             Ad..


ଏସ୍ ସି, ଏସ୍ ଟି ସଂରକ୍ଷଣ ଉପରେ ବର୍ଗିକରଣ ଏବଂ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ଏହାଦ୍ୱାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର ଚେଷ୍ଟା କରାଯାଇଛି ବୋଲି ଆନ୍ଦୋଳନ କରାଯାଇଛି। 

Ad..


ନିଜର ହକ୍ ଅଧିକାରକୁ ବଞ୍ଚାଇବା ପାଇଁ ସରକାର ଏବଂ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଆଗକୁ ତୀବ୍ର ଆନ୍ଦୋଳନ କରିବା ପାଇଁ  ୧୨ ଘଣ୍ଟା ଆନ୍ଦୋଳନ କରି ଚେତାବନୀ ଦେଇ ଆଜି ବନ୍ଦ ପାଳନ କରିଛି । 

ସମଗ୍ର ବରଗଡ଼ ଜିଲ୍ଲାବ୍ୟାପୀ ଦୋକାନ ବଜାର ଯାନବାହାନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ବରଗଡ଼ ଜିଲ୍ଲା ର ବରଗଡ଼ ସହରରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି ସେହିପରି ପଦ୍ମପୁର ଭେଉରିଆଛକ ଠାରେ ଆନ୍ଦୋଳନକାରୀ ଏକତ୍ରିତ ହୋଇ ଚେତାବନୀ ସମାବେଶ କରିଛନ୍ତି




Report : Bijay ku sahu

Edited by k.s thakur...



Post a Comment

Previous Post Next Post