ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ଭାରତ ବନ୍ଦ ପ୍ରଭାବ : ସମ୍ବଲପୁରରେ ଦୁଇଟି ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ...

ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ଭାରତ ବନ୍ଦ ପ୍ରଭାବ : ସମ୍ବଲପୁରରେ ଦୁଇଟି ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ...


ସମ୍ବଲପୁର,୨୧/୦୮ : ଆଜି ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହେଉଛି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ପାଳନ ହେଉଛି।

         Ad..


ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଓ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି। ଏଣେ ସମ୍ବଲପୁରରେ ବିକ୍ଷୋଭକାରୀମାନେ କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଟ୍ରେନକୁ ଅଟକାଇଥିଲେ। 

            Ad..


ତେବେ ଯାତ୍ରୀ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ପରେ ପ୍ରାୟ ଘଣ୍ଟାଏ ଅଟକାଇବା ପରେ ବିକ୍ଷୋଭକାରୀମାନେ ଉଭୟ ଟ୍ରେନକୁ ଛାଡ଼ିଥିଲେ। ତେଣେ ବଲାଙ୍ଗୀର ଓ ବିନିକାରେ ଆନ୍ଦୋଳନକାରୀ ପିକେଟିଂ ସହ ନାରାବାଜି କରିଛନ୍ତି। ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦୋକାନବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।





Edited by k.s thakur...


Post a Comment

Previous Post Next Post