ମଦୁଆ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି କଣ୍ଟାବାଞ୍ଜି ରେଲୱେ ଷ୍ଟେସନ !
କଣ୍ଟାବାଞ୍ଜି,୨୦/୦୮ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟା ରେ ଲୋକେ ରାୟପୁର ଠୁ ନେଇ ଅନେକ ବଡ ବଡ ସହର କୁ ଯିବା ପାଇଁ ଯାତ୍ରୀ ଆସନ୍ତି।
Ad..
ଅନେକ ଦିନ ରୁ ସ୍ଥାନୀୟ ଲୋକ ଓ ଯାତ୍ରୀ ମାନଙ୍କ ଅଭିଯୋଗ ରହୁଛି ଯେ ରାତ୍ର ସମୟ ରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ ଟ୍ରେନ ଯୋଗେ ଯିବା ପାଇଁ ହେଉ କିମ୍ବା ଅନ୍ୟ ଯେକୌଣସି ସ୍ଥାନରୁ ଏହି ଷ୍ଟେସନ କୁ ଉଲ୍ଲେହି ଅନ୍ୟ ଗ୍ରାମ ସହର କୁ ଯିବା ପାଇଁ ଆସୁ ଥିବା ଯାତ୍ରୀ ଅନେକ ସମୟ ରେ ଅନେକ ଅପରାଧୀ ଙ୍କ ଦ୍ଵାରା ନାହିଁ ନ ଥିବା ଅସୁବିଧା,ଚୋରି, ଡକାଇତି,ମାର ପିଟ ର ସମ୍ମୁଖୀନ ହୋଇଥାନ୍ତି।
Ad..
ଯାହାର ପ୍ରମୁଖ କାରଣ ହେଉଛି ନିଶା କାରବାର। ତାହା ସହିତ ଅନେକ ସମୟ ରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଭିତରେ ନିଶା ଶକ୍ତ ଅବସ୍ଥା ରେ ଅନେକ ଲୋକ ସୋଇ ଥିବା ମଧ୍ୟ ଦେଖିବା କୁ ମିଳିଛି।
କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଜିଆର୍ପି ଓ ଆରପିଏଫ ଅଛନ୍ତି। କିନ୍ତୁ ଏହି ସ୍ଥାନରେ ଅସୁରକ୍ଷିତ ଯାତ୍ରୀ ଓ ଜନ ସାଧାରଣ। କେବଳ ନାମକୁ ମାତ୍ର ଅଛନ୍ତି ଜିଆର୍ପି ଓ ଆରପିଏଫ ବୋଲି କହିଛନ୍ତି ଅନେକ ଯାତ୍ରୀ ଓ ସ୍ଥାନୀୟ ଲୋକେ। ତେବେ ଯାତ୍ରୀ ସୁରକ୍ଷା ଓ ନିଶା ଶକ୍ତ ଲୋକଙ୍କ ଉପରେ ରେଲୱେ ଅଧିକାରୀ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି।
Edited by k.s thakur...



